
କଲମପୁର – ବହୁମୁଖୀ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ର ବ୍ରାହ୍ମଣ କେନ୍ଦୁଗୁଡା ଠାରୁ ବନ୍ଧକନା ଦେଇ ଯାଇଥିବା ମାଇନର କେନାଲ ର ହାରାମାଲ ପଂଚାୟତ କାର୍ଯ୍ୟାଳୟ ନିକଟ ରେ ନୂତନ ଭାବେ କରାଯାଇଥିବା ଗାର୍ଡ ୱାଲ ରେ ଅନେକ ସ୍ଥାନରେ ଭୁଲୁ କରି ଅଜସ୍ର ପାଣି ଚାଷ ଜମି ମୁହାଁ ହେବାରୁ ତଳ ମୁଣ୍ଡ ଚାଷୀ ସମୂହ ପ୍ରଭାବିତ ହୋଇଛନ୍ତି l ଗାଁ ଲୋକ ଙ୍କ କହିବା ଅନୁସାରେ ଏହି କାମ ଗତ ଫେବୃଆରୀ ମାସରେ ଇନ୍ଦ୍ରାବତୀ ବିଭାଗ ଦ୍ୱାରା କଂକ୍ରିଟ ୱାଲ କରାଯାଇଥିଲା l କାମ ନିମ୍ନ ମାନର କରାଯାଇଥିଲା ଏବଂ କାମ କରିଥିବା ସେହି ଦିନ ହିଁ କେନାଲ ପାଣି ଛାଡିବାରୁ ଚାଷୀ ସମୂହ ପ୍ରତିବାଦ ମଧ୍ୟ କରିଥିଲେ l ତେବେ ଏହି କେନାଲ ରେ ଯାଉଥିବା ପାଣି ସେହି ନୂତନ ଗାର୍ଡ ୱାଲ ରେ ଛିଦ୍ର ଛିଦ୍ର ହୋଇଛି ଏବଂ ପ୍ରାୟ ୪ ଟି ସ୍ଥାନରେ ଭୁଲୁ କରି ପ୍ରବଳ ମାତ୍ରାରେ ପାଣି ପ୍ରବାହିତ ହେଉଛି l ଫଳରେ ପାଣି ଯାଇ ଯାଇ ନିକଟରେ ଗର୍ତ୍ତ ହୋଇଗଲାଣି l ମାଟି ଅତଡ଼ା ଖସି ଯାଇ ତଳମୁଣ୍ଡ ରେ ଥିବା ଚାଷୀ ବଳରାମ ଛତ୍ରିଆ ଙ୍କ ଚାଷ ଜମି ରେ ମାଟି ପୋତି ବର୍ତମାନ କରାଯାଇଥିବା ରବି ଫସଲ କ୍ଷୟକ୍ଷତି ହେବା ସମ୍ଭାବନା ଦେଖା ଦେଲାଣି l ତୁରନ୍ତ ଏହା ଉପରେ କାର୍ଯ୍ୟ କରlନଗଲେ ଏହି ନୂତନ ଗାର୍ଡ ୱାଲ ଭାଙ୍ଗି ଯିବା ସମ୍ଭାବନା ରହିଛି l ପ୍ରଭାବରେ ତାଳମୁଣ୍ଡ ସବୁ ଚାଷୀ ର ଫସଲ କ୍ଷୟକ୍ଷତି ହେବା ସହିତ ଚାଷ ଜମି ବାଲିଚର ହେବା ଭଳି ଆଶଙ୍କା କୁ ଏଡାଇ ଦିଆଯାଇନପାରେ l ଭୁଲୁ ରେ ବହୁ ପରିମାଣରେ ପାଣି ପ୍ରବାହିତ ହେଉଥିବାରୁ ଚାଷୀ ବଳରାମ ଏହାକୁ ଦେଖି ଡିସଟ୍ରିବୁଟରୀ ରେ ଥିବା କବାଟ ବନ୍ଦ କରି ପାଣି କୁ ଅଟକାଇବା ପାଇଁ ପାଣି ପଂଚାୟତ ର ସହଯୋଗ ମାଗିଛନ୍ତି l ବିଭାଗ ପକ୍ଷରୁ ଏଭଳି ନିମ୍ନ ମାନର କାମ କରାଯିବା କୁ ନେଇ ଚାଷୀ ସମୂହ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି l ଏନେଇ ବିଭାଗୀୟ ଯନ୍ତ୍ରୀ ପିସି ବେହେରା କୁ ପଚାରି ବାରୁ ଆସନ୍ତାକାଲି ମରାମତି କାମ କରିଦେବୁ ବୋଲି କହିଛନ୍ତି l