କଲମପୁର: ଭାରତ ସରକାରଙ୍କ ନିର୍ଦେଶନାମା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସର୍ଭେ କାର୍ଯ୍ୟର ସମୟସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ସର୍ଭେ ୨୩.୦୨.୨୦୨୫ ରୁ ଆରମ୍ଭ ହୋଇ ୩୧.୦୪.୨୦୨୫ ରେ ସମାପ୍ତ ହେବାର ଥିଲା। କିନ୍ତୁ ଭାରତ ସରକାରଙ୍କ ପତ୍ର ସଂଖ୍ୟା M-12016/3/2025-RH-Pol.(ତାରିଖ ୧୫.୦୫.୨୦୨୫) ଅନୁସାରେ, ଏହି ସର୍ଭେର ଅବଧି ଆସନ୍ତା ୩୧.୦୫.୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ, କଳମପୁରଙ୍କ ପତ୍ର ସଂଖ୍ୟା ୧୩୯୯ (ତାରିଖ ୧୯.୦୫.୨୦୨୫) ମାଧ୍ୟମରେ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଯେ, ଯେଉଁ ଯୋଗ୍ୟ ହିତାଧିକାରୀ ଏପର୍ଯ୍ୟନ୍ତ ନିଜ ନାମ ଏହି ସର୍ଭେରେ ପଞ୍ଜୀକରଣ କରାଇ ନାହାନ୍ତି, ସେମାନେ ୩୧.୦୫.୨୦୨୫ ମଧ୍ୟରେ ନିଜ ନାମ ପଞ୍ଜୀକରଣ କରାଇ ନିଅନ୍ତୁ। ଏହାସହ, ସମସ୍ତଙ୍କୁ ନିଜ ସମ୍ପର୍କୀୟ, ପଡ଼ୋଶୀ କିମ୍ବା ଅନ୍ୟତ୍ର ରହୁଥିବା ଯୋଗ୍ୟ ବ୍ୟକ୍ତିମାନଙ୍କୁ ଏହି ସୁଯୋଗ ବିଷୟରେ ଅବଗତ କରାଇବାକୁ ଅନୁରୋଧ କରାଯାଇଛି।