
Oplus_131072
ଧର୍ମଗଡ଼ ୧୯/୦୫/୨୦୨୫: କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଗଡିଆଯୋର ଆମ୍ବ ତୋଟା ଠାରେ ପଣ୍ଡାରା ମାଳି ସମାଜ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପସଭାପତି ଶ୍ରୀ ବୈକୁଣ୍ଠ ରଣାଙ୍କ ସଭାପତିତ୍ୱରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ସମାଜର ଲୋକେ ଉପସ୍ଥିତ ଥିଲେ। ବୈଠକରେ ଉପସ୍ଥିତ ସମାଜର ସଦସ୍ୟମାନେ ନିଜ ନିଜ ମତ ପ୍ରକାଶ କରିଥିଲେ ଏବଂ ଆଗାମୀ ମହାସଭା ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ମହାସଭାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ପ୍ରତ୍ୟେକ ବ୍ଲକରୁ ଦଶ ଜଣ ଲୋକଙ୍କୁ ନେଇ ଏକ କୋର କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ କଲମପୁର ଅଞ୍ଚଳରୁ ଶ୍ରୀ ଉମାଶଙ୍କର ପୂଝାରୀ, ଶ୍ରୀ ମଧୁସୂଦନ ନାଏକ, ଶ୍ରୀ ଚନ୍ଦ୍ର ନାଏକ, ଶ୍ରୀ କ୍ଷୀରୋଦ ନାଏକ; କୋକସରା ଅଞ୍ଚଳରୁ ଶ୍ରୀ ଭଜମନ ନାଏକ, ଶ୍ରୀ ଗୋବର୍ଦ୍ଧନ ନାଏକ, ଶ୍ରୀ କ୍ଷୀର ସିନ୍ଧୁ ବୋଡକିଆ; ଗୋଲାମୁଣ୍ଡା ଅଞ୍ଚଳରୁ ଶ୍ରୀ ତୁଲେଶ୍ୱର ନାଏକ, ଶ୍ରୀ ଥବିର ନାଏକ, ଶ୍ରୀ କୃଷ୍ଣ ଚନ୍ଦ୍ର ନାଏକ, ଶ୍ରୀ ବିପିନ ନାଏକ; ଏବଂ ଧର୍ମଗଡ଼ ଅଞ୍ଚଳରୁ ଶ୍ରୀ ବିଦ୍ୟାଧର ନାଏକ, ଶ୍ରୀ ପ୍ରେମ ଲାଲ ନାଏକ, ଶ୍ରୀ ଜୟ ଶଙ୍କର ନାଏକ, ଶ୍ରୀ ଗିରି ପ୍ରସାଦ ନାଏକ, ଶ୍ରୀ ଡିଙ୍ଗର ନାଏକ, ଶ୍ରୀ ମନୋଜ ନାଏକ, ଶ୍ରୀ ଉଦିତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକ ସମାଜର ଐକ୍ୟ ଓ ସମୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚିତ ହୋଇଥିଲା, ଏବଂ ଆଗାମୀ ମହାସଭା ସଫଳତାର ସହ ଆୟୋଜନ କରିବା ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ସଙ୍କଳ୍ପ ନେଇଥିଲେ।