
ଭବାନୀପାଟଣା ( ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) : ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, କଳାହାଣ୍ଡିର ସ୍ନାତକ ଶେଷ ବର୍ଷ ପରୀକ୍ଷା ଫଳାଫଳ ଆଜି ପ୍ରକାଶ ପାଇଛି। ମିଳିଥିବା ତଥ୍ୟ ଅନୁଯାୟୀ, କଳା ବିଭାଗରେ ୬୦.୯୩%, ବିଜ୍ଞାନ ବିଭାଗରେ ୫୫.୮୫% ଏବଂ ବାଣିଜ୍ୟ ବିଭାଗରେ ୪୦.୯୮% ପରୀକ୍ଷାର୍ଥୀ ପାସ କରିଛନ୍ତି। ଏହି ପରୀକ୍ଷାରେ ଧର୍ମଗଡ଼ ବସ୍ତିପଡ଼ାର ଫୁର୍ଣ୍ଣ ଚନ୍ଦ୍ର ନାଏକ ଓ ସୁନିତା ନାଏକଙ୍କ ପୁତ୍ର ଅମନ କୁମାର ନାଏକ ପଦାର୍ଥ ବିଜ୍ଞାନରେ ୯.୭୪ ସିଜିପିଏ ସହ ବିଶ୍ୱବିଦ୍ୟାଳୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି। ସେହିପରି ବାଣିଜ୍ୟ ବିଭାଗରେ ସ୍ନେହା ଶର୍ମା ୮.୮୬ ସିଜିପିଏ ଏବଂ କଳା ବିଭାଗରେ ଛଲେନ୍ଦ୍ରି ସାହୁ ୮.୬୯ ସିଜିପିଏ ସହ ନିଜ ନିଜ ବିଭାଗରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ଅମନର ଏହି ଉଲ୍ଲେଖନୀୟ ସଫଳତା କଳାହାଣ୍ଡି ଜିଲ୍ଲା ତଥା ଧର୍ମଗଡ଼ ଅଞ୍ଚଳ ପାଇଁ ଗୌରବ ଆଣିଛି। ତାଙ୍କୁ ପଣ୍ଡରା ମାଳି ସମାଜ, ଧର୍ମଗଡ଼ ଏନଏସି ଯୁବ ବାହିନୀ ଏବଂ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା ଛାତ୍ରଛାତ୍ରୀଙ୍କ ନିଷ୍ଠା ଓ କଠିନ ପରିଶ୍ରମର ପ୍ରମାଣ ଦେଉଛି ଏବଂ ଅଞ୍ଚଳର ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଆଶା କରାଯାଉଛି।