
ଭବାନୀପାଟଣା: (ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ସ୍ଥାନୀୟ ଆମ୍ବେଦକର ଭବନଠାରେ ମୂଳନୀବାସୀ ବହୁଜନ ମିଳିତ ମହାସଂଘ, କଳାହାଣ୍ଡି ତରଫରୁ ଏକ ବୁଦ୍ଧିଜୀବୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ଆରମ୍ଭରେ ବୁଦ୍ଧ ଓ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ତ୍ରିଶରଣ ଓ ପଞ୍ଚଶୀଳ ଗାନ କରାଯାଇଥିଲା । ମହାସଂଘର ରାଜ୍ୟ ସାଧାରଣ ସମ୍ପାଦକ ଦିଗାମ୍ବର ଦୁରିଆ ସଂଗଠନର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ବୈଠକର ଆହ୍ୱାନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଏହି ମହାସଂଘ ଦଳିତ, ଆଦିବାସୀ, ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ସାମ୍ବିଧାନିକ ଅଧିକାର ପାଇଁ ସଂଘର୍ଷ କରିବା ସହ ସାମାଜିକ ମୁକ୍ତି ନିମନ୍ତେ ଏକ ସମ୍ପୂର୍ଣ୍ଣ କ୍ରାନ୍ତିର ଆହ୍ୱାନ ଦେଇଛି। ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଶ୍ଚିମ ଓଡ଼ିଶାର ବିଭିନ୍ନ ବହୁଜନ ସଂଗଠନଙ୍କ ମଧ୍ୟରେ ଐକ୍ୟ ଓ ସହମତି ସୃଷ୍ଟି କରିବା ଏବଂ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ପାଇଁ ଆନ୍ଦୋଳନ କରିବା । ବୈଠକରେ ଧୀମାନ ଗୁରୁଚରଣ ହରିପାଲ, ଶ୍ରୀବତ୍ସ ତାଣ୍ଡି, ଯତୀନ୍ଦ୍ର କର, ଏସ. ସୁଜାତା, ଧନୁର୍ଜୟ ନାଏକ, ଶଶୀଭୂଷଣ ମଙ୍ଗରାଜ, ହାତୀରାମ ଦୁର୍ଗା, ରାମ ସେନାପତି, ମୁନିଆ ସିପକା, ଲୋକନାଥ ନାଗ, ଯୁଧିଷ୍ଠିର ଭଗତ, କବିତା ବାଗ, ବିଜୟା ଲକ୍ଷ୍ମୀ ସ୍ବର୍ଣ୍ଣ, ଡୋଳେଶ୍ୱର ନାଏକ, କମଳା ବିହାରୀ, ଯୋଗେଶ ତାଣ୍ଡି, ଜୟ ପ୍ରକାଶ ଜାଲ, ବିନୋଦ ନାଏକ, ଖଗପତି ନାଏକ, କାମ୍ପଲ ସେଠିଆ, ରମଣୀ ଦୁରିଆ, ଚିତ୍ରସେନ ମଙ୍ଗରାଜ, ସତ୍ୟାନନ୍ଦ ନାଗ, ସ୍ନେହଲତା ଦୁର୍ଗା ପ୍ରମୁଖ କର୍ମକର୍ତ୍ତା ଯୋଗ ଦେଇଥିଲେ। ସମସ୍ତେ ମିଳିତ ଭାବେ ସଂଗଠନକୁ ଆଗାମୀ ଦିନରେ ଆହୁରି ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି।