
Oplus_131072
ଧର୍ମଗଡ଼: (ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଶିକ୍ଷା ଅନୁଷ୍ଠାନରେ ପଛୁଆ ବର୍ଗ (ଓବିସି) ପାଇଁ ସଂରକ୍ଷଣ ନିଷ୍ପତ୍ତିକୁ ଭାରତୀୟ ଜନତା ପାର୍ଟି (ବିଜେପି) ର କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଐତିହାସିକ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି। ଧର୍ମଗଡ଼ସ୍ଥିତ ହୋଟେଲ ରାଜଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁଁ ଏହି ନିଷ୍ପତ୍ତି ସମ୍ଭବ ହୋଇଛି। ଏହି ନୂତନ ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ରାଜ୍ୟର ୫୪ ପ୍ରତିଶତ ପଛୁଆ ବର୍ଗର ଲୋକେ ଉପକୃତ ହେବେ। ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ କହିଛନ୍ତି ଯେ, ନବେ ଦଶକରେ ପଛୁଆ ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ଘୋଷଣା ହୋଇଥିଲେ ମଧ୍ୟ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହୋଇ ନ ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବ୍କା ସାଥ୍, ସବ୍କା ବିକାଶ’ ମନ୍ତ୍ର ଓ ରାଜ୍ୟରେ ବିଜେପିର ଡବଲ୍ ଇଞ୍ଜିନ ସରକାର ଗଠନ ପରେ ପ୍ରଥମ ଥର ପାଇଁ ଏହି ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି। ପୂର୍ବତନ ସରକାର ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ ନ କରିବାରୁ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣରୁ ଏହି ବର୍ଗ ବଂଚିତ ହୋଇଥିଲେ। ବିଜେପି ସରକାର କ୍ଷମତାକୁ ଆସିବା ପରେ ଏକାଧିକ ଜନହିତକର ପଦକ୍ଷେପ ଗ୍ରହଣ କରି ଓଡ଼ିଶାବାସୀଙ୍କ ଆସ୍ଥା ଅର୍ଜନ କରିଛି। ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସ୍ଇବିସି) ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି। ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜିଲ୍ଲା ବିଜେପି ସଭାପତି ଶ୍ରୀ ପୋଢ଼ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ମେହେର କହିଛନ୍ତି ଯେ, ଏହି ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ୫୪% ପଛୁଆ ବର୍ଗର ଲୋକେ ଉପକୃତ ହେବେ ଏବଂ ଏହି ଦିନ ସେମାନଙ୍କ ପାଇଁ ସ୍ମରଣୀୟ ହେବ। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ ମୋର୍ଚ୍ଚା ସଂପାଦକ ଟଙ୍କଧର ନାଏକ, ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାଗ, ଜୟ ଶଙ୍କର ନାଏକ, ଧର୍ମଗଡ଼ ନଗରପାଳ ଅଶୋକ କୁମାର ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସୁକାନ୍ତି ସା, ଓବିସି ମୋର୍ଚ୍ଚା ଉପସଭାପତି ଟିକେରାମ ସାହୁ, ଓବିସି ନେତା ସୋମେଶ ବୋଡ଼େକ, ଘନଶ୍ୟାମ ଭାଟି, ଯାଦବ ସଂଗଠକ ପଙ୍କ ଲହଜଲ ପ୍ରମୁଖ ଉପସ୍ଥିତ ଥିଲେ। ଯୁବ ନେତା ଜନ୍ମେଜୟ ନାଏକ ମଞ୍ଚ ପରିଚାଳନା କରିଥିଲେ।
(ଧର୍ମଗଡରୁ ଭରତ ଦାସଙ୍କ ରିପୋର୍ଟ, ସତ୍ୟଯୁଗ ମିଡିଆ)