
ଧର୍ମଗଡ଼ (ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ସହରରେ ମଙ୍ଗଳବାର ଦିନ ସେନ୍ନକ ହେଲ୍ପଲାଇନ ଦଳ ପକ୍ଷରୁ ଏକ ବିଶାଳ ଅଜଗରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସନ୍ଧ୍ୟାରେ ଧର୍ମଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ପରେ ସନ୍ତୋଷି ନଗର ପଡ଼ାରେ ଲୋକେ ଅଜଗରଟିକୁ ଦେଖି ସେନ୍ନକ ହେଲ୍ପଲାଇନକୁ ଖବର ଦେଇଥିଲେ। ଖବର ପାଇ ସ୍ୱାଧୀନ ଦଣ୍ଡସେନାଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଜଗରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
(ଧର୍ମଗଡରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ)