
ଧର୍ମଗଡ:(ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଆସନ୍ତା ୧ ଜୁନ ୨୦୨୫ରେ ଭୀମଖୋଜ ପଡ଼ା ଶିବ ମନ୍ଦିରଠାରେ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ସହ ଶୀତଳ ଷଷ୍ଠୀ ପାଳନ ଏବଂ ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପାଇଁ ନିଷ୍ପତ୍ତି ନିଆଯାଇଛି। ପଣ୍ଡରା ମାଳି ସେବା ସଂଘ ସଭାପତି ଈଶ୍ୱର ପୁଝାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୁଳପତି ପ୍ରକାଶଚନ୍ଦ୍ର ବଣିଆ, ପୂର୍ବତନ ଯୁବ ବାହିନୀ ସଭାପତି ଦୁର୍ଗାପ୍ରସାଦ ନାଏକ, ଧର୍ମଗଡ ଏନ୍ ଏ ସି ଯୁବ ବାହିନୀ ସଭାପତି ସୌମ୍ୟ ରଞ୍ଜନ ନାଏକ, ଯୁବ ବାହିନୀ ସମ୍ପାଦକ ଲୋକେଶ ନାଏକ, ବିଷ୍ଣୁ ନାଏକ, ଲୋକେଶ୍ୱର ପାରୀ, ବେଣୁ ମଶ୍ରା, ବେଣୁ ଟୋଲଟିଆ, ଧନୁର୍ଜୟ ନାଏକ, ଭୂପତି ବୋଡେକ, ବିନୋଦ ନାଏକ, ଧବଳେଶ୍ୱର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ ସମସ୍ତଙ୍କୁ ବହୁ ସଂଖ୍ୟାରେ ଯୋଗଦେଇ ଏହି ଉତ୍ସବକୁ ସଫଳ କରିବାକୁ ଅନୁରୋଧ କରିଛନ୍ତି।
(ଧର୍ମଗଡରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ)