
କୋକସରା(ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ବରାଡଙ୍ଗା ଗ୍ରାମ ପଞ୍ଚାୟତ ସିଉନୀ ଗ୍ରାମର ବେହେରାପଡା ଯିବା ରାସ୍ତା ସାମାନ୍ୟ ବର୍ଷା ହେଲେ କାଦୁଅ ଜମି ଶୋଚନୀୟ ହୋଇପଡୁଛି। ଫଳରେ ପଡାବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି। ଏହି ରାସ୍ତାଟି ୨୬ ନମ୍ବର ଜାତୀୟ ରାଜପଥରୁ ବେହେରାପଡାକୁ ସଂଯୋଗ ରହିଛି। ଦିର୍ଘ ୮ ବର୍ଷରୁ ଅଧିକ ହେବ ଶୋଚନୀୟ ହୋଇପଡ଼ିଛି। ବର୍ଷା ସମୟରେ ସିଉନୀ ଗ୍ରାମର ସମସ୍ତ ପଡ଼ାରୁ ପାଣି ବୋହି ଆସି ଉକ୍ତ ରାସ୍ତାରେ ଜମି ରହୁଛି। ପାଣି ଜମି ରହିବା ଫଳରେ କାଦୁଅ ହୋଇ ରାସ୍ତା ବେହାଲ ହୋଇ ପଡୁଛି। ଯାହା ଫଳରେ ଲୋକେ ଘରୁ ପଦାକୁ ବାହାରିବା ସମୟରେ ଅନେକ ହଟହଟା ହେଉଛନ୍ତି। ଏମିତି କି କାଦୁଅ ଯୋଗୁଁ ଗୋଡ଼ ଖସି ଅନେକ ଲୋକ ଖଣ୍ଡିଆ ଖାବରା ମଧ୍ୟ ହେଉଥିବା କହିଛନ୍ତି। ଅନ୍ୟପଟେ ଉକ୍ତ ରାସ୍ତା ନିମନ୍ତେ ପଞ୍ଚାୟତ ଅନୁଦାନରେ ଲକ୍ଷେ ଟଙ୍କା ଆସିଥିଲେ ମଧ୍ୟ କାମ ହେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଗକୁ ବର୍ଷା ଦିନ ରହିଥିବାବେଳେ ୮ଦିନ ମଧ୍ୟରେ କାମ ଆରମ୍ଭ କରା ନ ଗଲେ ପ୍ରଶାସନର ଦ୍ବାରସ୍ଥ ହୋଇ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ପଡାବାସୀ। ଏନେଇ ବରାଡଙ୍ଗା ସରପଞ୍ଚ ନିରୁପମା ସେଠୀଙ୍କୁ ପଚାରିବାରୁ ପେଭର୍ ବ୍ଲକ୍ ପାଇଁ ଅନୁଦାନ ଆସିଛି, ହେଲେ ତାହାକୁ ସଂଶୋଧନ କରାଯାଇଛି ଆଳ୍ପ ଦିନ ଭିତରେ କଂକ୍ରିଟ ରାସ୍ତା କରାଯିବ ବୋଲି କହିଛନ୍ତି।