
ଧର୍ମଗଡ଼:(ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ଼ରେ ୟାମାହା କ୍ରିଷ୍ଣା ମୋଟର୍ସର ନୂତନ ଶୋରୁମ୍ର ଉଦ୍ଘାଟନ ହୋଇଯାଇଛି। ଏହି ଶୋରୁମ୍ରେ ବିଭିନ୍ନ ଡିଜାଇନ୍ ଓ ମଡେଲ୍ର ବାଇକ୍ ଏବଂ ସ୍କୁଟି ଉପଲବ୍ଧ ରହିବ। ଅତ୍ୟାଧୁନିକ ପ୍ରଯୁକ୍ତି ଓ ଆଧୁନିକ ବ୍ୟବସ୍ଥାପନା ସହିତ ସଜ୍ଜିତ ଏହି ଶୋରୁମ୍ ଗ୍ରାହକଙ୍କୁ ଉଚ୍ଚମାନର ସେବା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗ ଦେଇ ଶୋରୁମ୍ର ଉଦ୍ଘାଟନ କରିଥିଲେ। ଏହି ଅବସରରେ ବସନ୍ତ କୁମାର ନାଏକ, କୃଷ୍ଣ ମୋହନ ନାଏକ (ଟୁକୁନା), ସାଇ ରଞ୍ଜନ ଗୋପାଳ, ଟୁକୁନା ନାଏକ, ସରୋଜ ନାଏକ କମଳା କାନ୍ତ ଗୋପାଳ, ଗୌତମ ହଂସ, ରାଧେ ବାଗ, କ୍ଷୀରସିନ୍ଧୁ ମଙ୍ଗରାଜ ଏବଂ ନାଏକ ପରିବାରର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଅଞ୍ଚଳର ବହୁ ଲୋକ ଏହି ଉତ୍ସବରେ ଯୋଗ ଦେଇ ଶୋରୁମ୍ର ଆକର୍ଷଣୀୟ ବ୍ୟବସ୍ଥା ଦେଖି ସନ୍ତୋଷ ପ୍ରକାଶ କରିଥିଲେ।ଶୋରୁମ୍ ମାଲିକଙ୍କ କହିବା ଅନୁଯାୟୀ, ଆଗାମୀ ଦିନରେ କମ୍ପାନୀ ବିଭିନ୍ନ ଆକର୍ଷଣୀୟ ଅଫର୍ ଓ ଉନ୍ନତ ସେବା ମାଧ୍ୟମରେ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବ।