କଲମପୁର:(ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଧୀନ ଦେପୁର ଗ୍ରାମରେ ରୁପସିଂ ମାଝୀଙ୍କ ନିଷ୍ଠୁର ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ହତ୍ୟା ମାମଲାରେ ଅଭିଯୁକ୍ତ ଲିଙ୍ଗରାଜ ମାଝୀ ବର୍ତ୍ତମାନ ଜେଲରେ ଅଛନ୍ତି। ହତ୍ୟାର ୧୧ ଦିନ ପରେ, ଗତ ବୁଧବାର ଲିଙ୍ଗରାଜଙ୍କ ସୂଚନା ଆଧାରରେ ଦେପୁର ଗ୍ରାମ ନିକଟସ୍ଥ ବୈଝାଲି ସାଗରରୁ ରୁପସିଂଙ୍କ ମୁଣ୍ଡବିହୀନ ଶରୀର ଉଦ୍ଧାର ହୋଇଥିଲା। କିନ୍ତୁ ସେତେବେଳେ ମୁଣ୍ଡ ମିଳି ନଥିଲା। ପୁଲିସ ବଲାଙ୍ଗିର ଓଡ୍ରାଫ ଟିମ୍ର ସହାୟତାରେ ମୁଣ୍ଡକୁ ଖୋଜାଯାଇଥିଲା। ଅବଶେଷରେ, ଶୁକ୍ରବାର ବୈଝାଲି ସାଗରରୁ ଶିରଚ୍ଛେଦ ମୁଣ୍ଡ ଉଦ୍ଧାର ହୋଇଛି। ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଂରକ୍ଷିତ ଶରୀର ଏବଂ ମିଳିଥିବା ମୁଣ୍ଡ, ପରୀକ୍ଷା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।