
ଧର୍ମଗଡ଼:(ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଚିଲିଚିଲା ଛକ ନିକଟରେ ଗୁରୁବାର ଅପରାହ୍ନ ଚାରି ଘଣ୍ଟା ସମୟରେ ମେଣ୍ଢା ଖାଦ୍ୟ ଅନ୍ୱେଷଣ କରୁଥିବା ବେଳେ ଚିଲିଚିଲା ବିଜୁ ଏକ୍ସପ୍ରେସ ୱେ ନିକଟରେ ଥିବା ଏକ ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମେଣ୍ଢାର ମୃତ୍ୟୁ ହୋଇଯାଇଛି । ଉକ୍ତ ମେଣ୍ଢାଟି କେବିଡି ଗ୍ରାମର ମୁକୁନ୍ଦ ନାଏକଙ୍କ ହୋଇଥିବା ବେଳେ ସେ ଜଣେ ମେଣ୍ଢା ଚାଷୀ ଅଟନ୍ତି।ମେଣ୍ଢା ବିକ୍ରି କରି ତାଙ୍କ ପରିବାର ପ୍ରତିପୋଷଣ କରୁଥିଲେ ବୋଲି ମୁକୁନ୍ଦ କହିଛନ୍ତି । ସୂଚନା ମୁତାବକ ଦୀର୍ଘ ଦିନ ଧରି ଚିଲିଚିଲା ଗ୍ରାମରେ ଉକ୍ତ ମୁକୁଳା ଟ୍ରାନ୍ସଫର୍ମର ବିପଦ ସଙ୍କୁଳ ଅବସ୍ଥାରେ ପଡି ରହିଥିବାବେଳେ ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ତାର ବାଡ଼ ଦିଆଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ମେଣ୍ଢାର ମୃତ୍ୟୁ ବିଦ୍ୟୁତ୍ ବିଭାଗର ତ୍ରୁଟି ଯୋଗୁଁ ହୋଇଥିବାରୁ ପ୍ରଶାସନ ପକ୍ଷରୁ ମୁକୁନ୍ଦଙ୍କୁ କ୍ଷତି ପୂରଣ ଦିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଘଟଣାସ୍ଥଳକୁ ପ୍ରାଣୀ ଚିକିତ୍ସାଲୟ ଅଧିକାରୀ ମାନେ ପହଞ୍ଚି ପାରିପାର୍ଶ୍ବିକ ତଦନ୍ତ କରିଛନ୍ତି ।