
ଧର୍ମଗଡ଼:(ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଗତ ଦୁଇ ଦିନର କାଳବୈଶାଖୀ ବର୍ଷା ପରେ ଧର୍ମଗଡ଼ ବ୍ଲକର ସନ୍ଧିକୁଲିହାରୀ ଗାଁର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି, ଯାହା ଗ୍ରାମବାସୀଙ୍କ ପାଇଁ ବଡ଼ ଅସୁବିଧାର କାରଣ ହୋଇଛି। ଏହି ସମସ୍ୟାର ସମାଧାନ ପାଇଁ ଶୁକ୍ରବାର ଗ୍ରାମବାସୀ ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଭେଟି ଜଳନିଷ୍କାସନ ବ୍ୟବସ୍ଥା ଦାବି କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ବର୍ଷା ପାଣି ରାସ୍ତାରୁ ତଳ ମୁଣ୍ଡକୁ ବାହାରି ଯାଉଥିଲା। କିନ୍ତୁ ଖାଲି ଜାଗାରେ ଘର ନିର୍ମାଣ ହେବା ଫଳରେ ପାଣିର ନିଷ୍କାସନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି, ଯାହା ଯାତାୟାତ ଓ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି। ଗ୍ରାମବାସୀ ଆଶଙ୍କା କରୁଛନ୍ତି ଯେ ଆଗାମୀ ଦିନରେ ଲଗାଣ ବର୍ଷା ହେଲେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ। ସରପଞ୍ଚ ଜଗତରାମ ବାଗ, ୱାର୍ଡ ସଭ୍ୟ ରୋହିତ ପାତ୍ର, ଜଗତରାମ ସାହୁ, ମଣିଲାଲ ସାହୁ, ପ୍ରମୋଦ ଦାସ, ଗଣେଷ ପାତ୍ର, ଆମୋଦ ଦାସ, ୱାର୍ଡ ସଭ୍ୟ ରିଖୀରାମ ନାଏକ, ଚଞ୍ଚଳ ବାଗ, ପ୍ରକାଶ ସାହୁ, ଘାସିରାମ ସାହୁଙ୍କ ସମେତ ଅନ୍ୟ ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ଜଳନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ