
କେସିଙ୍ଗା (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ ରବିବାର କୋୖଣସି ସୂତ୍ରରୁ ସୁଚନା ପାଇଁ କାଣ୍ଡେଲ ରେଳ ଷ୍ଟେସନ ନିକଟରୁ ୧୫ କେଜି ଗଞ୍ଜେଇ ସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। এ ସମ୍ପର୍କରେ କେସିଙ୍ଗା ପୋଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି। ପୋଲିସ ସୂଚନା ଅନୁସାରେ, ରବିବାର ଖବର ପାଇ କେସିଙ୍ଗାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା କାଣ୍ଡେଲ ରେଳ ଷ୍ଟେସନ ନିକଟରେ ଏକ ଟିମ୍ ଅଭିଯାନ ଚଳାଇଥିଲା। ଏହି ସମୟରେ ରାମପୁର ବ୍ଲକର ବିଭିନ୍ନ ଗ୍ରାମରୁ ଚାରୋଟି ମୋଟରସାଇକେଲରେ ଆସୁଥିବା ୭ ଜଣଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ସେମାନଙ୍କଠାରୁ ୧୫ କେଜି ଗଞ୍ଜେଇ ଜବତ ହୋଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ: କୌତୁକ ସୁନା (୨୯), ମୁରଲୀ ହରିଜନ (୨୭), ଉତ୍ସବ ବାଗ (୩୫), ଫକୀର ସୁନା (୩୫), ମହେଶ୍ୱର ନାଏକ (୪୯), ତନ୍ମୟ ବିଭାର (୪୨) ଏବଂ ମମତା ତାଣ୍ଡି (୩୦)। ଏହାସହ ପୋଲିସ ଚାରୋଟି ମୋଟରସାଇକେଲ, ପାଞ୍ଚଟି ମୋବାଇଲ ଓ ପ୍ରାୟ ୪୫୦ ଟଙ୍କା ଜବତ କରିଛି। ପୋଲିସ ପକ୍ଷରୁ ପ୍ରକାଶ ଯେ, ଏହି ଗଞ୍ଜେଇ କାଣ୍ଡେଲ ଷ୍ଟେସନ ମାଧ୍ୟମରେ ରାୟପୁରକୁ ଚୋରାଚାଲାଣ ହେବାର ଯୋଜନା ଥିବା ସନ୍ଦେହରେ ତଦନ୍ତ ଜାରି ରହିଛି