
ଯାଜପୁର;(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଯାଜପୁର ବ୍ଲକର ୨୯ଟି ପଞ୍ଚାୟତକୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ୨୦୨୨ ମସିହାରୁ କଏଣା-ରଘୁନାଥପୁର ପଞ୍ଚାୟତରେ ମେଗା ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି। ବିଭିନ୍ନ ସମସ୍ୟା ଯୋଗୁଁ ଏହି ପ୍ରକଳ୍ପରେ ବିଳମ୍ବ ହେଉଛି। ଆଜି ଏହି ପ୍ରକଳ୍ପର ଅଗ୍ରଗତି ତଦାରଖ କରିବା ପାଇଁ କେନ୍ଦ୍ରୀୟ ଟିମ୍ର ଜଣେ ଅଧିକାରୀ ବିଂଝାରପୁର ବିଡିଓ ହିତାଂଶୁ ଶେଖର ସାମଲଙ୍କ ସହ କଏଣା-ରଘୁନାଥପୁରରେ ପହଞ୍ଚିଥିଲେ। ମେଗା ଇଂଜିନିୟରିଂ ଓ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ ଦ୍ୱାରା ନିର୍ମାଣାଧୀନ ପାଣି ଟାଙ୍କିର କାର୍ଯ୍ୟ ଅନୁଧ୍ୟାନ କରି ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ପରାମର୍ଶ ଦିଆଯାଇଥିଲେ। ଏହାସହ ସ୍ଥାନୀୟ ଲୋକଙ୍କଠାରୁ ବିଂଝାରପୁର ଅଞ୍ଚଳରେ ପାନୀୟ ଜଳ ସମ୍ବନ୍ଧୀୟ ସମସ୍ୟା ସମ୍ପର୍କରେ ଆଲୋଚନା, ପ୍ରକଳ୍ପର ଅଗ୍ରଗତି ଓ ଆବଶ୍ୟକୀୟ ପଦକ୍ଷେପ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅବସରରେ ଆର.ଡବ୍ଲ୍ୟୁ.ଏସ୍.ଏସ୍. ଏସି ରଶ୍ମୀ ରଞ୍ଜନ ମାରଥା, ଏଇ ବିକ୍ରମାଦିତ୍ୟ ପ୍ରଧାନ, ଜେଇ ତୃପ୍ତାଞ୍ଜଳି ରଥ, ଜେଇ ବିଷ୍ଟୁ ମୋହନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।