
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ),କଳାହାଣ୍ଡି ଜିଲ୍ଲାର ପାଣ୍ଡରା ମାଳି ସମାଜ ପକ୍ଷରୁ ଧର୍ମଗଡ଼ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ଶୀତଳ ଷଷ୍ଠୀ ଉପଲକ୍ଷେ ଶିବ ବିବାହ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଧର୍ମଗଡ଼ର ପାରଦେଶ୍ୱର ମନ୍ଦିରରୁ ବରଯାତ୍ରୀ ବାହାରି ବିଜୁ କଲ୍ୟାଣ ମଣ୍ଡପଠାରେ ପହଞ୍ଚିଥିଲେ। ସେଠାରେ ଦେବାଦିଦେବ ମହାଦେବ ଓ ଦେବୀ ପାର୍ବତୀଙ୍କର ବୈଦିକ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ଉତ୍ସବରେ ଟିପିଗୁଡ଼ାର ଡମ୍ବରୁଧର ନାଏକ ଓ ତାଙ୍କ ପତ୍ନୀ ପାଙ୍କଜିନୀ ନାଏକ ବରପକ୍ଷର କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିବା ବେଳେ, ଧର୍ମଗଡ଼ ବସ୍ତିପଡ଼ାର ରାଜିନ୍ଦ୍ର ଭୋଇ ଓ ତାଙ୍କ ପତ୍ନୀ ଅଞ୍ଜଳି ଭୋଇ କନ୍ୟାପକ୍ଷର କର୍ତ୍ତା ଭାବେ ଅଂଶଗ୍ରହଣ କରିଥିଲେ। କଳାହାଣ୍ଡି, ନୂଆପଡ଼ା ଏବଂ ନିକଟବର୍ତ୍ତୀ ନବରଙ୍ଗପୁର ଅଞ୍ଚଳର ୩୬ ବର୍ଗର ପାଣ୍ଡରା ମାଳି ସମାଜ ଏକତ୍ରିତ ହୋଇ ଏହି ସମାଜ ଗଠନ କରିଥିବା ବେଳେ, ପ୍ରଥମ ଥର ପାଇଁ ଶିବ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ବାଜା, ବାଣ ଓ ଭଜନ କୀର୍ତ୍ତନର ସୁମଧୁର ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇ ଉଠିଥିଲା। ପୂଜକ ଉପେନ୍ଦ୍ର କୁମାର ପଣ୍ଡାଙ୍କ ଦ୍ୱାରା ବୈଦିକ ରୀତିରେ ବିବାହ କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ବିଜୁ କଲ୍ୟାଣ ମଣ୍ଡପଠାରେ ଏକ ସମ୍ବର୍ଦ୍ଧନା ସଭା ମଧ୍ୟ ଆୟୋଜିତ ହୋଇଥିଲା। ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଭଜମନ ବୋଡେକ୍, ସମ୍ମାନିତ ଅତିଥି ଭାବେ କୁଳପତି ପ୍ରକାଶ ଚନ୍ଦ୍ର ନାଏକ, ସଭାପତି ଈଶ୍ୱର ଚନ୍ଦ୍ର ପୂଜାରୀ, ପାଣ୍ଡରା ମାଳି ସମାଜ ଯୁବ ବାହିନୀର ପୂର୍ବତନ ସଭାପତି ଦୁର୍ଗା ପ୍ରସାଦ ନାଏକ, ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ, ସମ୍ପାଦକ ଲୋକେଶ ନାଏକ, ଉପସଭାପତି ବିପୁଳ ବଣିଆ, ଧର୍ମଗଡ଼ ଏନ୍ ଏ ସି ଯୁବ ବାହିନୀ ସଭାପତି ସୌମ୍ୟ ରଞ୍ଜନ ନାଏକ, ମୁନିରାମ ମାଝୀ, ବାଳକୃଷ୍ଣ ନାଏକ, ରତନ ନାଏକ, ଲୋକେଶ୍ୱର ପାରି, ରଞ୍ଜନ ନାଏକ, ଖୁସି ରାମ ଟୋଲ୍ଟିଆ, ଜୁନାଗଡ଼ ବିଜ୍ଞପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ହିମାଦ୍ରୀ ନାଏକ, କଲ୍ୟାଣୀ ନାଏକ, ମିନତୀ ଜୁଜାରି, ଲୋଚନ ନାଏକ, କୁନ୍ତ ବଟ ନାଏକ, ଭଜମନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ଓଡ଼ିଶା ମାଧ୍ୟମିକ, ସିବିଏସଇ ଦଶମ, ଦ୍ୱାଦଶ ଏବଂ ସ୍ନାତକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ୩୩ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଏମାନଙ୍କ ମଧ୍ୟରେ ଗଣପତି ମେମୋରିଆଲ ଓ ସମତା ଚୌହାନ ଜରିଆରେ ତିନି ଜଣ ଡାକ୍ତରୀ ଛାତ୍ର ଲିପସୁ ରଞ୍ଜନ ବୋଡେକ୍, ବିଜୟ ନାଏକ, ଓ ଭୋଲେଶ୍ୱର ନାଏକଙ୍କୁ ମାନପତ୍ର ଏବଂ ୧୦,୦୦୦ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ସହିତ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଶୀର୍ଷସ୍ଥାନୀୟ ଅମନ କୁମାର ନାଏକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ପାଣ୍ଡରା ମାଳି ସମାଜର କର୍ମକର୍ତ୍ତା, ମହିଳା ଓ ଯୁବକମାନେ ଉତ୍ସାହର ସହ ଅଂଶଗ୍ରହଣ କରି ଏହାକୁ ଏକ ସ୍ମରଣୀୟ ଉତ୍ସବରେ ପରିଣତ କରିଥିଲେ। (ଧର୍ମଗଡରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ)