
କେସିଙ୍ଗା,(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): କଳାହାଣ୍ଡି ଜିଲ୍ଲାର ବରିଷ୍ଠ ଓ ପ୍ରସିଦ୍ଧ ଜ୍ୟୋତିଷଶାସ୍ତ୍ରୀ ଡ. ନାରାୟଣ ପାଢ଼ୀଙ୍କୁ ଜ୍ୟୋତିଷ ଶାସ୍ତ୍ର କ୍ଷେତ୍ରରେ ମର୍ଯ୍ୟାଦାପୂର୍ଣ୍ଣ ‘ମହର୍ଷି ଜ୍ଞାନରତ୍ନ ପୁରସ୍କାର’ ପ୍ରଦାନ କରାଯାଇଛି। ଦକ୍ଷିଣ ଭାରତର ‘ଦ୍ୱାରକା’ ଭାବେ ପରିଚିତ କେରଳର ତ୍ରିଶୁରଠାରେ ଗତ ମେ ୨୪ ତାରିଖରେ ଇଣ୍ଟରନ୍ୟାସନାଲ ବୈଦିକ ଏଷ୍ଟ୍ରୋଲୋଜି ଫେଡେରେସନ ଓ ଆମେରିକାର ସହଯୋଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡ. ପାଢ଼ୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଡ. ପାଢ଼ୀ ପୂର୍ବରୁ କେସିଙ୍ଗାରେ ରହୁଥିଲେ ହେଁ ବର୍ତ୍ତମାନ ସେ ଭବାନୀପାଟଣାସ୍ଥିତ ହିଲଟାଉନ ଲେନ ନମ୍ବର ୧ରେ ସପରିବାର ରହୁଛନ୍ତି। ଏହି ପୁରସ୍କାର ପ୍ରାପ୍ତି ଖବର ପ୍ରକାଶ ପାଇବା ପରେ କେସିଙ୍ଗା ବ୍ରାହ୍ମଣ ସମାଜ ଓ ଅଞ୍ଚଳବାସୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।