
ଧର୍ମଗଡ଼(ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗତ ବ୍ଲକ ଅନ୍ତର୍ଗତ ସନ୍ଧିକୁଳିଆରୀ ଉଚ୍ଚ ନୋଡାଲ ବିଦ୍ୟାଳୟର ସହକାରୀ ଶିକ୍ଷକ ମସ୍ତ ରାମ ନାଏକଙ୍କୁ ତାଙ୍କ ଅବସର ଉପଲକ୍ଷେ ଦୁଇଟି ସମ୍ବର୍ଦ୍ଧନା ଉତ୍ସବରେ ସମ୍ମାନିତ କରାଯାଇଛି। ପ୍ରଥମ ଉତ୍ସବ ଆଞ୍ଚଳିକ ସାଧନ କେନ୍ଦ୍ର, କାଙ୍କେରୀ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ପଦ୍ମଲୋଚନ ସାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ସଂପାଦକ ପଦ୍ମଲୋଚନ ନାଏକ, ସମ୍ମାନିତ ଅତିଥି ଭାବେ ସଙ୍ଘର ସଭାପତି କ୍ଷେତ୍ରମୋହନ ମାଝୀ ଓ ସଂପାଦକ ଆଶିଷ ପ୍ରଧାନୀ ଯୋଗ ଦେଇଥିଲେ। କାଙ୍କେରୀ ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ସିଆରସିସି ପ୍ରେମ ଲାଳ ଦୁର୍ଗା କରିଥିଲେ। ଦ୍ୱିତୀୟ ଉତ୍ସବ ସନ୍ଧିକୁଳିଆରୀ ଉଚ୍ଚ ନୋଡାଲ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରିକ୍ଷୀରାମ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଜୟଲାଳ ବାଗ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ତରୁଣ ବାଗ, ହୃଷୀକେଶ ବାଗ ଏବଂ ସାମାଜିକ କର୍ମୀ ଅପ୍ରେସ ସ୍ୱାଇଁ ଯୋଗ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଏହି ସମ୍ବର୍ଦ୍ଧନା ଉତ୍ସବକୁ ସଫଳ କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ଶ୍ରୀ ନାଏକଙ୍କୁ ତାଙ୍କ ଶିକ୍ଷକତା ଜୀବନର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। (ଧର୍ମଗତରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ)