
ଧର୍ମଗଡ଼(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗତ ଥାନା ଅନ୍ତର୍ଗତ ବଡ଼ବସୁଲ ନିକଟରେ ମଙ୍ଗଳବାର ସକାଳ ପ୍ରାୟ ୧୧ ଟା ସମୟରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ତିନି ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଓଡି ୦୮ଜି ୬୮୬୯ ନମ୍ବର ବିଶିଷ୍ଟ ଏକ କାର ବଳଦିଆମାଳରୁ ଧର୍ମଗଡ଼ ଆସୁଥିବା ବେଳେ, ଓଡି ୦୮ବି ୦୪୨୮ ନମ୍ବର ବିଶିଷ୍ଟ ଏକ ବାଇକ ବଡ଼ବସୁଲରୁ ବଳଦିଆମାଳ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ସାନ ଫୁର୍ଲା ଗାଁର ସଂଜିତ ପୁଝାରୀ, କ୍ଷୀରୋଦ ପୁଝାରୀ ଏବଂ ବିଷମ ପୁଝାରୀ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। କ୍ଷୀରୋଦ ପୁଝାରୀଙ୍କ ହାତ ଭାଙ୍ଗିବା ସହ ମୁହଁରେ ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ସଂଜିତ ପୁଝାରୀଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଏବଂ କ୍ଷୀରୋଦଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଦୁର୍ଘଟଣାରେ ସମ୍ପୃକ୍ତ କାର ଓ ବାଇକକୁ ଜବତ କରି ଥାନାରେ ରଖିଛି। (ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ)