
ଧର୍ମଗଡ଼(ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗତ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଅନ୍ତର୍ଗତ ଭୀମଖୋଜପଡ଼ାରେ ଷ୍ଟ୍ରିଟ୍ ଲାଇଟ୍ ଉଦ୍ଘାଟନ ହୋଇଯାଇଛି। ଏହି ଯୋଜନା ମାଧ୍ୟମରେ ଅଞ୍ଚଳର ଗଳି ଓ ମୁଖ୍ୟ ରାସ୍ତାଗୁଡ଼ିକ ଆଲୋକିତ ହୋଇଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷା ଓ ସୁବିଧା ବୃଦ୍ଧି କରିବ ବୋଲି ଆଶା ପୋଷଣ କରାଯାଇଛି। ଧର୍ମଗଡ଼ ନଗରପାଳ ଅଶୋକ କୁମାର ମହାନ୍ତିଙ୍କ କରକମଳରେ ଏହି ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପର ଉଦ୍ଘାଟନ ହୋଇଛି। କାର୍ଯ୍ୟକ୍ରମରେ କାଉନସିଲର ନୀଳାମ୍ବର ଦାସ, ୱାର୍ଡ ଅଧିକାରୀ ଆଶିଷ କୁମାର ପଣ୍ଡା (ଏମ୍ ଆଇ୍ ଏସ), ଗୋଷ୍ଠୀ ପରିଚାଳକ ଯୋଶବନ୍ତ ମହାପାତ୍ର, ସହକାରୀ କନିଷ୍ଠ ଯନ୍ତ୍ରୀ ଦୁଷ୍ମନ୍ତ ଧଙ୍ଗଡ଼ାମାଝୀ, ସେଞ୍ଚୁରୀ ଏଲ୍ଇଡିର ପ୍ରୋଜେକ୍ଟ ଇଞ୍ଜିନିୟର ଦେବାନନ୍ଦ ରଣା, ସ୍ବତନ୍ତ୍ର ଇଞ୍ଜିନିୟର ସଂଗ୍ରାମ ପରିଡ଼ା, ସାମ୍ବାଦିକ ଭରତ ଦାସ, ଶିଧୁ ଦାସ, ନରେଶ ଦାସ, ଭବାନୀ ଦଣ୍ଡସେନା ଏବଂ ଭୀମଖୋଜପଡ଼ାର ବାସିନ୍ଦାମାନେ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର ଅନ୍ଧକାର ଦୂର କରି ରାତ୍ରିକାଳୀନ ଯାତାୟାତ ଓ ସୁରକ୍ଷାକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଏହା ଧର୍ମଗଡ଼ର ନଗରୀକରଣ ଓ ଆଧୁନିକୀକରଣ ଆଡ଼କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। (ଧର୍ମଗଡରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ)