
ଧର୍ମଗଡ଼(ସତ୍ୟଯୁଗ ମିଡିଆ, ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଛିଳପା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜେନା ଡଙ୍ଗରୀ ଠାରେ “ବିକଶିତ ଗ୍ରାମ ବିକଶିତ ଓଡ଼ିଶା” ଯୋଜନା ଅଧୀନରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ ଉଦ୍ୟାନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାଏକ, ବ୍ଲକ ଉପାଧ୍ୟକ୍ଷା ବବିତା ପାଟ୍ଟଯୋଷୀ, ସହକାରୀ ଯନ୍ତ୍ରୀ (ଏ.ଇ.) କରୁଣାକର ମୁର୍ମୁ, କନିଷ୍ଠ ଯନ୍ତ୍ରୀ (ଜେ ଇ) ପଦ୍ମାବତୀ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ଟିପିଗୁଡାର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସୁକାନ୍ତି ସା, ସମାଜସେବୀ ଅପ୍ରେସ ସ୍ଵାଇଁ, ହିମାଂଶୁ ପଣ୍ଡା, ଚତୁର୍ଭୁଜ ତାଣ୍ଡି, ଲଲିତ ବାଗ, ମନୋଜ ପାଟ୍ଟଯୋଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ। ଛିଳପା ଗ୍ରାମ ପଞ୍ଚାୟତର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ବିଧାୟକ ଶ୍ରୀ ପାଟ୍ଟଯୋଷୀ ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ଅଙ୍ଗୀକାର ବ୍ୟକ୍ତ କରିଥିଲେ। ସେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ସବକା ସାଥ୍, ସବକା ବିକାସ” ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ “ବିକଶିତ ଗ୍ରାମ ବିକଶିତ ଓଡ଼ିଶା” ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଛିଳପା ସରପଞ୍ଚ ବିଭୁ ଦତ୍ତ ପ୍ରଧାନୀ କରିଥିଲେ। (ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ)