
ଭୁବନେଶ୍ୱର:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଭାରତରେ ଅନଲାଇନ୍ ଓ ଅଫଲାଇନ୍ ଜୁଆ, ଅପରାଧ । ତେବେ ଅନଲାଇନ୍ ପ୍ରସ୍ବାହନ ଯୁବପିଢ଼ି ଓ କିଶୋରମାନଙ୍କ ଭବିଷ୍ୟତକୁ ଗଭୀର ଭାବେ ପ୍ରଭାବିତ କରୁଛି । କ୍ରିକେଟ ଭଳି ଲୋକପ୍ରିୟ ଖେଳରେ ଜୁଆ ବ୍ୟବସ୍ଥା ଏବଂ “ରାତାରାତି କୋଟିପତି” ହେବାର ପ୍ରଲୋଭନ ଯୁବକମାନଙ୍କୁ ଆସକ୍ତିର ଫାନ୍ଦରେ ପକାଉଛି। ଏହା ସହିତ ଅଫଲାଇନ୍ ଜୁଆ ସିଣ୍ଡିକେଟ ଓ ଅନଲାଇନ୍ ପ୍ରସ୍ବାହନ ସାମାଜିକ, ଅର୍ଥନୈତିକ, ଓ ନୈତିକ ମୂଲ୍ୟବୋଧକୁ ନଷ୍ଟ କରୁଛି। କିନ୍ତୁ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଏବଂ ଜନପ୍ରତିନିଧିଙ୍କ ଦାୟିତ୍ବ ହୀନତା ଏହି ସଙ୍କଟକୁ ଆହୁରି ଗମ୍ଭୀର କରୁଛି। ଭାରତରେ କ୍ରିକେଟ ଏକ ଧର୍ମ ସଦୃଶ, ଏବଂ ଏହାର ଲୋକପ୍ରିୟତାକୁ ଜୁଆ ବ୍ୟବସ୍ଥା ନିଜ ସ୍ୱାର୍ଥରେ ବ୍ୟବହାର କରୁଛି। ଅନଲାଇନ୍ ଫାନ୍ଟାସି ସ୍ପୋର୍ଟସ ପ୍ଲାଟଫର୍ମ ଯେପରି (ଡ୍ରିମ୍ ୧୧, ମାଇଁ ୧୧ ସାର୍କିଲ) ଆଦି ଯୁବକମାନଙ୍କୁ “ସହଜ ଅର୍ଥ ଉପାର୍ଜନ”ର ପ୍ରଲୋଭନ ଦେଖାଉଛି। ଅନେକ ଧନୀ ବ୍ୟକ୍ତି ଓ ସେଲିବ୍ରିଟି ଏହି ପ୍ଲାଟଫର୍ମରେ ନିବେଶ କରି ବିଜ୍ଞାପନ ମାଧ୍ୟମରେ ଜୁଆକୁ ପ୍ରୋତ୍ସାହନ ଦେଉଛନ୍ତି। ଅନଲାଇନ୍ ଉପଲବ୍ଧ ତଥ୍ୟ ଅନୁଯାଇ ଏକ ରିପୋର୍ଟ ଅନୁସାରେ, ଭାରତରେ ଅନଲାଇନ୍ ଗେମିଂ ଓ ବେଟିଂ ଇଣ୍ଡଷ୍ଟ୍ରି 2023 ସୁଦ୍ଧା $2.6 ବିଲିୟନରୁ ଅଧିକ ମୂଲ୍ୟରେ ପହଞ୍ଚିଛି, ଯେଉଁଥିରେ କ୍ରିକେଟ ବେଟିଂ ଏକ ପ୍ରମୁଖ ଅଂଶ। ଏହି ପ୍ଲାଟଫର୍ମଗୁଡ଼ିକ ଆକର୍ଷଣୀୟ ବିଜ୍ଞାପନ ମାଧ୍ୟମରେ ଯୁବକମାନଙ୍କୁ ଆସକ୍ତ କରୁଛି, ଯାହା ଅଧିକାଂଶ ସମୟରେ ଆର୍ଥିକ କ୍ଷତିରେ ଶେଷ ହୁଏ।
ଅଫଲାଇନ୍ ଜୁଆ ସିଣ୍ଡିକେଟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସକ୍ରିୟ, ଯେଉଁମାନେ ଯୁବକମାନଙ୍କୁ ଋଣରେ ବୁଡ଼ାଇ ଅପରାଧମୂଳକ କାର୍ଯ୍ୟରେ ଜଡ଼ିତ କରୁଛନ୍ତି। ଅନ୍ୟପକ୍ଷରେ, ଅନଲାଇନ୍ ପ୍ରସ୍ବାହନ ଏକ ଗମ୍ଭୀର ସମସ୍ୟା ହୋଉଛି, ଯେଉଁଥିରେ ଅପରାଧୀମାନେ ସୋସିଆଲ ମିଡିଆ ଓ ଡେଟିଂ ଆପ୍ସ ମାଧ୍ୟମରେ ବ୍ୟକ୍ତିଗତ ତଥ୍ୟ ବା ଅନ୍ତରଙ୍ଗ ଫଟୋ/ଭିଡିଓ ସଂଗ୍ରହ କରି ଯୁବକମାନଙ୍କୁ ବ୍ଲାକମେଲ କରୁଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ ସି ଆର୍ ବି) ଅନୁସାରେ, 2022ରେ ସାଇବର ଅପରାଧ 24% ବୃଦ୍ଧି ପାଇଛି, ଯେଉଁଥିରେ ପ୍ରସ୍ବାହନ ଏକ ମୁଖ୍ୟ ଅଂଶ। ଏହା ଯୁବକମାନଙ୍କୁ ମାନସିକ ଚାପ, ଅବସାଦ, ଏବଂ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଆଡ଼କୁ ଠେଲି ଦେଉଛି। ଜୁଆର ଅନଲାଇନ୍ ପ୍ରସ୍ବାହନ ଯୁବପିଢ଼ିଙ୍କ ଜୀବନରେ କେତେକ କ୍ଷେତ୍ରରେ ଗମ୍ଭୀର କ୍ଷତି ପହଞ୍ଚାଉଛି: ଯେପରିକି (୧-ଶିକ୍ଷା): ଜୁଆ ଆସକ୍ତି ଓ ଅନଲାଇନ୍ ଅପରାଧରେ ଜଡ଼ିତ ହେବା ଯୁବକମାନଙ୍କୁ ପାଠପଢ଼ା ଓ କ୍ୟାରିୟର ପ୍ରସ୍ତୁତିରୁ ଦୂରେଇ ରଖୁଛି।(୨-ପରିବାର): ଆର୍ଥିକ କ୍ଷତି ଓ ଅଧିକ ଧନ ଉପାର୍ଜନ ଲାଲସାରେ ଜଡ଼ିତ ହେବା ଯୋଗୁଁ ପାରିବାରିକ ସମ୍ପର୍କ ନଷ୍ଟ ହେଉଛି। ଅନେକ ଯୁବକ ଲଜ୍ଜ୍ୟା ଓ ଭୟ ହେତୁ ପରିବାରଠାରୁ ଦୂରେଇ ଯାଉଛନ୍ତି।(୩-ଅର୍ଥନୈତିକ ଓ ସାମାଜିକ କ୍ଷତି): ଜୁଆ ଯୋଗୁଁ ଋଣରେ ବୁଡ଼ିବା ଓ ଅପରାଧମୂଳକ କାର୍ଯ୍ୟରେ ଜଡ଼ିତ ହେବା ଯୁବକମାନଙ୍କୁ ଆର୍ଥିକ ଓ ସାମାଜିକ ଅସ୍ଥିରତା ଆଡ଼କୁ ଠେଲି ଦେଉଛି।(୪-ନୈତିକ ଚରିତ୍ର): ଜୁଆରେ ଜୟ କରିବାର ଲାଳସା ଓ ଅନଲାଇନ୍ ପ୍ରସ୍ବାହନ ଯୁବକମାନଙ୍କ ସତ୍ୟନିଷ୍ଠା, ଦାୟିତ୍ୱବୋଧ, ଓ ଆତ୍ମସମ୍ମାନକୁ ନଷ୍ଟ କରୁଛି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଇନ ଏହି ସମସ୍ୟାକୁ ନିୟନ୍ତ୍ରଣ କରିବାରେ ଅପର୍ଯ୍ୟାପ୍ତ ,କେନ୍ଦ୍ରୀୟ ଆଇନ: ପବ୍ଲିକ ଗ୍ୟାମ୍ବଲିଂ ଆକ୍ଟ, 1867: ଏହା ଅଫଲାଇନ୍ ଜୁଆକୁ ନିୟନ୍ତ୍ରଣ କରେ, କିନ୍ତୁ ଅନଲାଇନ୍ ଜୁଆ ପାଇଁ ଅପ୍ରଭାବୀ। ଇନଫର୍ମେସନ ଟେକ୍ନୋଲୋଜି ଆକ୍ଟ, 2000: ସାଇବର ଅପରାଧ ଓ ପ୍ରସ୍ବାହନ ବିରୋଧରେ ଧାରା ରହିଛି, କିନ୍ତୁ ଅନୁସନ୍ଧାନ ଓ ଦଣ୍ଡ ବିଧାନରେ ଦୁର୍ବଳତା ରହିଛି। ସେହିଭଳି ରାଜ୍ୟ ଆଇନ ଯାହା ଓଡ଼ିଶାରେ “ଓଡ଼ିଶା ପ୍ରିଭେନସନ ଅଫ ଗ୍ୟାମ୍ବଲିଂ ଆକ୍ଟ, 1955” ରହିଛି, କିନ୍ତୁ ଏହା ଅନଲାଇନ୍ ଜୁଆ ଓ ଆଧୁନିକ ଅପରାଧକୁ ସମାଧାନ କରିବାରେ ଅକ୍ଷମ। ଅନଲାଇନ୍ ଜୁଆ ପ୍ଲାଟଫର୍ମଗୁଡ଼ିକ ଅଫସୋର ସର୍ଭରରେ ଚାଲୁଥିବାରୁ ସେଗୁଡ଼ିକୁ ବ୍ଲକ କରିବାରେ ସରକାର ବିଫଳ।
ସାଇବର ସେଲଗୁଡ଼ିକରେ ଜନବଳ ଓ ପ୍ରଶିକ୍ଷଣର ଅଭାବ ଅନୁସନ୍ଧାନକୁ ଜଟିଳ କରୁଛି। ସାଇବର ସଚେତନତା ଅଭିଯାନ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚି ପାରୁନାହିଁ। ଅନ୍ୟ ପକ୍ଷରେ ଜନପ୍ରତିନିଧିମାନେ ଏହି ସମସ୍ୟାକୁ ଗମ୍ଭୀରତାର ସହ ବିଚାର କରୁନାହାନ୍ତି। ଅନେକ ରାଜନୈତିକ ନେତା ଜୁଆ ଇଣ୍ଡଷ୍ଟ୍ରିରୁ ଅର୍ଥନୈତିକ ସୁବିଧା ପାଉଥିବା ଅଭିଯୋଗ ରହିଛି, ଯାହା ଦୃଢ଼ ଆଇନ ପ୍ରଣୟନରେ ବାଧା ସୃଷ୍ଟି କରୁଛି। ସଂସଦ ଓ ବିଧାନସଭାରେ ଏହି ବିଷୟ ଉପରେ ଗଭୀର ଆଲୋଚନାର ଅଭାବ ରହିଛି। ଗଣତାନ୍ତ୍ରିକ ମର୍ଯ୍ୟାଦା ମଧ୍ୟରେ ଏହି ସଙ୍କଟର ସମାଧାନ ପାଇଁ କିଛି ପଦକ୍ଷେପ ଜରୁରୀ ବୋଲି ସାଧାରଣରେ ଦାବି ହେଉଛି, ଯେପରି କି ଅନଲାଇନ୍ ଓ ଅଫଲାଇନ୍ ଜୁଆ ନିୟନ୍ତ୍ରଣ ପାଇଁ ଏକ ସୁସ୍ପଷ୍ଟ ଆଇନଗତ ଢାଞ୍ଚା ପ୍ରଣୟନ, ସ୍କୁଲ ଓ କଲେଜରେ ସାଇବର ସୁରକ୍ଷା ଶିକ୍ଷା ବାଧ୍ୟତାମୂଳକ,ସାଇବର ସେଲଗୁଡ଼ିକୁ ଅଧିକ ଜନବଳ ଓ ପ୍ରଶିକ୍ଷଣ ଯୋଗାଇ ଅନୁସନ୍ଧାନ କ୍ଷମତା ବୃଦ୍ଧି,ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜୁଆ ଓ ସାଇବର ଅପରାଧର କୁପ୍ରଭାବ ସମ୍ପର୍କରେ ସଚେତନତା ଅଭିଯାନ,ଅନଲାଇନ୍ ଅପରାଧୀ ନେଟୱାର୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ସହ ସହଯୋଗୀତା ବୃଦ୍ଧି ସାଇବର ଅପରାଧ ନିୟନ୍ତ୍ରଣରେ ଆବଶ୍ୟକତା ରହିଛି। “ଜୁଆ”ର, ଅନଲାଇନ୍ ପ୍ରସ୍ବାହନ ଦେଶର ଯୁବପିଢ଼ିର ଭବିଷ୍ୟତକୁ ନଷ୍ଟ କରୁଛି। ସରକାରୀ ବ୍ୟବସ୍ଥାର ନିଷ୍କ୍ରିୟତା ଓ ଜନପ୍ରତିନିଧିଙ୍କ ଅଣଦେଖା ଏହି ସଙ୍କଟକୁ ଆହୁରି ଗମ୍ଭୀର କରୁଛି। ସରକାର ଓ ଜନପ୍ରତିନିଧିମାନଙ୍କୁ ଦୃଢ଼ ପଦକ୍ଷେପ ନେବାକୁ ହେବ, ଯାହା ଦ୍ୱାରା ଯୁବପିଢ଼ିର ଶିକ୍ଷା, ନୈତିକତା, ଓ ସାମାଜିକ ମୂଲ୍ୟବୋଧ ସୁରକ୍ଷିତ ରହିପାରିବ। ବର୍ତ୍ତମାନ ଜାଗ୍ରତ ନହେଲେ, ଦେଶର ଭବିଷ୍ୟତ ପିଢ଼ି ଏକ ଅନିୟନ୍ତ୍ରିତ ସଙ୍କଟରେ ଯେ ନପଡ଼ିବ ଏହାକୁ କୋୖଣସି ନିଶ୍ଚିତତା ନାହିଁ।