
ଭୁବନେଶ୍ୱର(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ତଥା ୨୦୨୧ ବ୍ୟାଚର ଆଇଏଏସ ଅଫିସର ଧୀମାନ ଚକମା ଲାଞ୍ଚ ନେଉଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ, ଚକମା ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦଳ ତାଙ୍କୁ ହାତାହାତି ଧରିଥିଲେ। ଏହା ସହିତ, ତାଙ୍କ ସରକାରୀ ବାସଭବନରେ ଚଢ଼ାଉ ସମୟରେ ଭିଜିଲାନ୍ସ ଦଳ ପ୍ରାୟ ୪୭ ଲକ୍ଷ ଟଙ୍କା ନଗଦ ଜବତ ହୋଇଥିବା ସୂଚନା ମିଳିଛି।