ଧର୍ମଗଡ଼:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ଼ ଏନସି ଏକ ନମ୍ବର ୱାର୍ଡ ଭୀମଖୋଜପଡ଼ାର ଶାନ୍ତିନଗର ପଡ଼ାରେ ଏକ ପାଗଳ କୁକୁରର ଆକ୍ରମଣରେ ଗୋଲାପୀ ବେୱା (୮୫) ନାମକ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। କୁକୁର ତାଙ୍କ ମୁହଁରେ ଗଭୀର ଆଘାତ କରିଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ରେଫର କରିଥିଲେ। ସୂଚନା ଅନୁସାରେ, ଚିକିତ୍ସା ପରେଗୋଲାପୀ ବେୱା ବର୍ତ୍ତମାନ ଘରକୁ ଫେରିଛନ୍ତି। ଏହି ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ବେଳେ ସ୍ଥାନୀୟ ଲୋକେ ପାଗଳ କୁକୁର ସମସ୍ୟାର ସମାଧାନ ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି।