
ଡେଙ୍ଗାଗୁଡା:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଆଜି ଡେଙ୍ଗାଗୁଡା ଧାନ ମଣ୍ଡି ଠାରେ କୋକସରା ବ୍ଲକର ପଣ୍ଡରା ମାଳି ସମାଜ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ଲକର ନୂତନ କର୍ମକର୍ତା ଚୟନ କରାଯାଇଥିଲା। ନୂତନ ବ୍ଳକ ସଭାପତି ଭଜମନ ନାଏକ, ସମ୍ପାଦକ କ୍ଷୀରସିନ୍ଧୁ ବୋଡକିଆ ଏବଂ କୋଷାଧ୍ୟକ୍ଷ ସୁବାସ ନାଏକ ଚୟନୀତ ହୋଇଛନ୍ତି। ଉକ୍ତ ବୈଠକରେ ଦେବରାଜ କୋଲଥିଆ ସଭାପତିତ୍ବ କରିଥିଲେ ଏବଂ ଗୋବର୍ଦ୍ଧନ ନାଏକ ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲା ଉପସଭାପତି ଉଦବୋଧନ ଦେଇ କହିଥିଲେ, “ଶିକ୍ଷାର ବିକାଶ ହିଁ ସମାଜର ଉନ୍ନତିର ମୂଳ ଆଧାର।” ଏହି ଅବସରରେ ଜିଲ୍ଲା କର୍ମକର୍ତା ବିଦ୍ୟାଧର ନାଏକ, ପ୍ରେମଲାଲ ନାଏକ, ଉଦିତ ନାଏକ, ବିକାଶ ନାଏକ ଏବଂ ସାମାଜିକ କର୍ମକର୍ତା ହରିଶ୍ଚନ୍ଦ୍ର ନାଏକ, ଖୁସିରାମ ଟୋଲଟିଆ, ଧନେଶ୍ୱର ନାଏକ, ଟଙ୍କଧର ନାଏକ, ହିମାଞ୍ଚଳ ନାଏକ, ଅମିନ ରଣା, ଇସରାମ କୋଲଥିଆ ଓ ଇସରାମ ତୋଲଟିଆ ଉପସ୍ଥିତ ଥିଲେ। ଏହା ସହିତ ଶତାଧିକ ସମାଜ ସଦସ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକ ସମାଜର ଉନ୍ନୟନ ଓ ଶିକ୍ଷାର ପ୍ରସାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚିତ ହୋଇଛି।