
ଧର୍ମଗଡ଼:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ପ୍ରଭାକର ନନ୍ଦ ଓ ମନ୍ଦିର ପୂଜକ ଭଣ୍ଡେଶ୍ୱର ଆଚାର୍ଯ୍ୟଙ୍କ ଦ୍ୱାରା ବିଧିମତେ ସମସ୍ତ ନୀତିକାନ୍ତି ସହ ଶ୍ରୀଜିଉଙ୍କ ପୂଜାର୍ଚ୍ଚନା ଓ ସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ମନ୍ଦିର ଟ୍ରଷ୍ଟର ସଦସ୍ୟ ଆଚାର୍ଯ୍ୟ ହୃଷୀକେଶ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ସୁଜାତା ମିଶ୍ର କର୍ତ୍ତା ଭାବେ ପୂଜା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଟ୍ରଷ୍ଟର ଅନ୍ୟାନ୍ୟ ସଦସ୍ୟ ଯଥା ଧର୍ମଗଡ଼ ନଗରପାଳ ଅଶୋକ କୁମାର ମହାନ୍ତି, ଉପସଭାପତି ତୁଷାର ରଞ୍ଜନ ପଟ୍ଟଯୋଶୀ, ସଂପାଦକ ନିରଞ୍ଜନ ମହାପାତ୍ର, ବରିଷ୍ଠ ସଦସ୍ୟ ହିମାଂଶୁ ଶେଖର ମୁଣ୍ଡ, ସୁରେଶ ଚନ୍ଦ୍ର ମୁଣ୍ଡ, ବିଦ୍ୟାଧର ସାହୁ, ସନ୍ତୋଷ କୁମାର ମେହେର, ସରୋଜ କୁମାର ସାହୁ, ଜନ୍ମେଜୟ ନାଏକ, ଲକ୍ଷ୍ମୀକାନ୍ତ ଖମାରୀ, କମଲୁ ଅଗ୍ରୱାଲ, ରାଜେନ୍ଦ୍ର କୁମାର ମୁନି, ଲକ୍ଷ୍ମୀକାନ୍ତ ବାଗ, ଘନଶ୍ୟାମ ଅଗ୍ରୱାଲ, ରାମଚନ୍ଦ୍ର ପାଣିଗ୍ରାହି, ଇଙ୍ଗିତ କୁମାର ପଣ୍ଡା, ତ୍ରିଲୋଚନ ମୁଣ୍ଡ, ଲଳିତ ଅଗ୍ରୱାଲ ପ୍ରମୁଖ ସମେତ ବହୁ ଭକ୍ତ ଏହି ଅବସରରେ ଉପସ୍ଥିତ ଥିଲେ। ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଶ୍ରୀଜିଉଙ୍କୁ ଅଣସର ଗୃହକୁ ନିଆଯାଇଛି। ଆଗାମୀ ଜୁନ ୨୬ ତାରିଖରେ ଶ୍ରୀଜିଉଙ୍କ ନେତ୍ରୋତ୍ସବ ଓ ନବଯୌବନ ବେଶ, ୨୭ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ଏବଂ ଜୁଲାଇ ୫ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ।
ଭରତ ଦାସ, ଧର୍ମଗତ
ପୋର୍ଟାଲ ନ୍ୟୁଜ୍