
କଲମପୁର(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଲମପୁର ବ୍ଲକର କୋଟାଗାଁ ଗ୍ରାମ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ବିକାଶ ବାହାନ ଯାତ୍ରାର ଶୁଭାରମ୍ଭ ଆଜି ଅନୁଷ୍ଠିତ ହୋଇଯାଇଛି।କୋଟାଗାଁ ହାଇସ୍କୁଲ ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସକାଳ ୯ଟାରେ ସାମାଜିକ ସମ୍ମିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏକ ପଦଯାତ୍ରା ସହ ଆରମ୍ଭ ହୋଇଥିଲା। ଏହାପରେ ରଏନଗୁଡା ଗ୍ରାମର ମହିଳା ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ସଂକୀର୍ତ୍ତନ ପରିବେଷଣ କରାଯାଇ ମଞ୍ଚ ଉଦ୍ଘାଟନ କରାଗଲା। ଏହି ଅବସରରେ ରାଜ୍ୟ ସରକାରଙ୍କ ଏକ ବର୍ଷର ସଫଳତାର କାହାଣୀ ଉପସ୍ଥିତ ଅତିଥିମାନେ ଉପସ୍ଥାପନ କରିଥିଲେ। କୋଟାଗାଁ ଗ୍ରାମ ପଞ୍ଚାୟତରେ ବିଭିନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ଅନ୍ତୋଦୟ ଆବାସ ଯୋଜନାରେ ୧୨ ଜଣ, ଜଙ୍ଗଲ ଜମି ପଟ୍ଟା ପାଇଁ ୧୫ ଜଣ, ଏମଜିଏନଆରଇଜିଏ ଯୋଜନାରେ ଜମି ମରାମତି ପାଇଁ ୨୧ ଜଣ, ଓ୍ଵାନ ନେସନ ଓ୍ଵାନ ରାସନ ଯୋଜନାରେ ଜଣେ, ଦୁଇ ଜଣ ବିକଳାଙ୍ଗଙ୍କୁ ୨ଟି ହୁଇଲଚେୟାର ଏବଂ ତିନି ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ୩ଟି ଆଶା ବାଡ଼ି ବଣ୍ଟନ କରାଗଲା। କୋଟାଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଚନ୍ଦନ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଚିନ୍ତାମଣି ବେହେରା ଏବଂ ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଡଙ୍ଗି ଯୋଗାଦାନ କରିଥିଲେ । ଅନ୍ୟାନ୍ୟ ସମ୍ମାନୀୟ ଅତିଥିମାନଙ୍କ ମଧ୍ୟରେ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କୁଳମଣି ମାଝୀ, ସମନ୍ୱିତ ଶିଶୁ ବିକାଶ ଅଧିକାରୀଣୀ ସୁପରଭାଇଜର ବସନ୍ତି ନାଏକ, ସହକାରୀ ଯନ୍ତ୍ରୀ ପିତାମ୍ବର ହେମ୍ବ୍ରମ, ପୂର୍ବତନ ମିନଗୁର ସରପଞ୍ଚ ବିଜୟ କୁମାର ପଣ୍ଡା, ସମାଜସେବୀ ନୀଳକଣ୍ଠ ସୁନାନୀ ଏବଂ ସସ୍ମିତା ବାବୁ ମଞ୍ଚାସୀନ ଥିଲେ। ସମାଜସେବୀ କୁନ୍ତଭଟ୍ଟ ମାଝୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କପିଲ ନାଏକ, ଯାଜ୍ଞସିନୀ ଛତ୍ରିଆ ଏବଂ ଏଡିଇଓ ଦେବାଶିଷ ଦୁର୍ଗା ମଞ୍ଚ ପରିଚାଳନା ଓ ଆନୁସଙ୍ଗିକ କାର୍ଯ୍ୟକ୍ରମ ସୁଚାରୁରୂପେ ତୁଲାଇ ଥିଲେ ।