
କଳାହାଣ୍ଡି:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର କରଲାମୁଣ୍ଡା ବ୍ଲକ ଅଧୀନ ରିଂଜା ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳ (ବିଜେଡି) ସି.ସି.ଏଫ୍ ଦ୍ୱାରା ଲୋକକଳା ଦିବସ ୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ କୁନି କୁନି କଳାକାରମାନେ ସେମାନଙ୍କର ପାରମ୍ପରିକ ଲୋକକଳା ପ୍ରଦର୍ଶନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ବିଜେଡି ଶାସନ ସମୟରେ କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ ଓ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଲୋକକଳା ପ୍ରଦର୍ଶନ ଏକ ନିୟମିତ ଦୃଶ୍ୟ ଥିଲା। କିନ୍ତୁ ଦୁଃଖର ବିଷୟ, ବିଜେପି ସରକାରଙ୍କ ଶାସନର ଏକ ବର୍ଷ ପୂରଣ ହୋଇଥିଲେ ମଧ୍ୟ ଏହି ପାରମ୍ପରିକ ଲୋକକଳା ପ୍ରଦର୍ଶନ ପ୍ରାୟତଃ ଲୋପ ପାଇଛି। ନୂତନ ସରକାରଙ୍କ ଅଧୀନରେ ଲୋକକଳା ଓ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ପ୍ରୋତ୍ସାହନ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ହରେଶ ବାଗ, ବ୍ଲକ ସଂଯୋଜକ ବିକ୍ରମ ସାହୁ, ରୋହିତ ସାହୁ ଏବଂ ନୀଳେନ୍ଦ୍ରୀ ମାଝୀ ଉପସ୍ଥିତ ଥିଲେ। ଉପସ୍ଥିତ ଲୋକମାନେ ଲୋକକଳାର ସଂରକ୍ଷଣ ଓ ପ୍ରଚାର ପାଇଁ ଦୃଢ଼ ପ୍ରତିଶ୍ରୁତି ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲାର ସାଂସ୍କୃତିକ ଐତିହ୍ୟକୁ ପୁନର୍ଜାଗରଣ କରିବା ସହ ଲୋକକଳାକୁ ପୁନଃପ୍ରତିଷ୍ଠା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି।