
ଭବାନୀପାଟଣା:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାରେ ୯୫% ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଜନସାଧାରଣ ବସବାସ କରୁଥିଲେ ମଧ୍ୟ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ଏହି ବିଶାଳ ସମୁଦାୟକୁ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ। ମନୁବାଦୀ ବ୍ୟବସ୍ଥା, ଜାତିଗତ ଏକତାର ଅଭାବ ଏବଂ ଜାତି-ଜାତି ମଧ୍ୟରେ ଅସହିଷ୍ଣୁତା ଓ ଅସୂୟା ମନୋଭାବ ଏହାର ମୁଖ୍ୟ କାରଣ। ଏହା ସହିତ, ବିଭିନ୍ନ ସ୍ତରରେ ନିର୍ଯାତନା ଓ ଅନ୍ୟାୟର ଶିକାର ହେଉଥିବା ବହୁଜନ ସମାଜ ଏକଜୁଟ ହୋଇ ମୁକାବିଲା ନକରି ଏକାକୀ ଲଢ଼ୁଥିବାରୁ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ଏହି ପରିପ୍ରେକ୍ଷୀରେ, ମୂଳନିବାସୀ ବହୁଜନ ମିଳିତ ମହାସଂଘର କଳାହାଣ୍ଡି ଜିଲ୍ଲାସ୍ତରୀୟ ବୈଠକରେ ବକ୍ତାମାନେ ଏକଜୁଟ ହୋଇ ସାମ୍ବିଧାନିକ ଅଧିକାର ପାଇଁ ଲଢ଼େଇ କରିବାର ଆହ୍ୱାନ ଦେଇଛନ୍ତି। ବିଶେଷ କରି, ପଛୁଆ ବର୍ଗଙ୍କୁ ଶିକ୍ଷା, ନିଯୁକ୍ତି ଓ ରାଜନୀତିରେ ଜନସଂଖ୍ୟା ଅନୁସାରେ ୫୪% ସଂରକ୍ଷଣ, ଦଳିତ ନିର୍ଯାତନା ରୋକିବା ଏବଂ ଆଦିବାସୀଙ୍କୁ ଭୂମି ଅଧିକାର ପ୍ରଦାନ କରିବା ଆଦି ଦାବି ଉପରେ ଗୁରୁତ୍ୱ ଦିଆଯାଇଛି। ବକ୍ତାମାନେ କହିଛନ୍ତି, “ଘରେ ନିଆଁ ଲାଗିଛି, ସମସ୍ତେ ମିଳିମିଶି ଏହାକୁ ଲିଭାଇବାକୁ ହେବ, ନଚେତ୍ ଘର ଜଳି ଧୂଳିସାତ ହୋଇଯିବ।” ସ୍ଥାନୀୟ ଅମଲା ଭବନରେ ଅନୁଷ୍ଠିତ ଏହି ବୈଠକରେ ମହାସଂଘର ରାଜ୍ୟ ଉପସଭାପତି ଲିଙ୍ଗରାଜ ଆଜାଦ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ଦିଗାମ୍ବର ଦୁରିଆ ସ୍ୱାଗତ ଅଭିଭାଷଣ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ। ଅତିଥି ଭାବେ ପ୍ରକାଶ ମାଝୀ, ସିଦ୍ଧାର୍ଥ ନାୟକ, ସଚ୍ଚିଦାନନ୍ଦ ମହାକୁଡ଼, କୀର୍ତ୍ତନ ନାୟକ, ଗଙ୍ଗାଧର ପାତ୍ର, କୁବେର ସାହୁ, କମଳିନୀ ଯାଦବ, ତୀର୍ଥ ବୁଦ୍ଧିଆ, ଚମରୁ ବଗର୍ତ୍ତି, ଡାକେଶ୍ୱର ଲହଜଲ, ଜଗଦୀଶ ଯାଦବ, ଗୋବର୍ଦ୍ଧନ ଶବର, କୈଳାସ ମାଝୀ, ଚୂଡ଼ାମଣି ନାଏକ, ଛାୟାକାନ୍ତ ବେଣୁପାଣି, ଦିଗାମ୍ବର ମାଝୀ, ଯତୀନ୍ଦ୍ର କର, ଏସ. ସୁଜାତା, ଅଞ୍ଜୁ କୁମାର, ରତନ ନାଏକ, ସତ୍ୟ ମାହାର, ମୁନିଆ ସିପକା, ଡୋଳେଶ୍ୱର ନାଏକ, ଜୟପ୍ରକାଶ ଜାଲ, ତ୍ରିନାଥ ନାଏକ, ରମଣୀ ଦୁରିଆ, ଚିତ୍ରସେନ ମଙ୍ଗରାଜ, ସ୍ନେହଲତା ଦୁର୍ଗା, ସଞ୍ଜୟ ସୁନାନୀ, ରାଜକିଶୋର ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ମହାସଂଘର ଜିଲ୍ଲାସ୍ତରୀୟ କମିଟି ଘୋଷଣା କରାଯାଇଛି। ସର୍ବସମ୍ମତି କ୍ରମେ ଜିଲ୍ଲା ସଭାପତି ଭାବେ ସଚ୍ଚିଦାନନ୍ଦ ମହାକୁଡ଼ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ପ୍ରକାଶ ମାଝୀ, କମଳିନୀ ଯାଦବ, ଯତୀନ୍ଦ୍ର କର ନିର୍ବାଚିତ ହୋଇଛନ୍ତି। ଉପସଭାପତି ଭାବେ କୁବେର ସାହୁ, ଗଙ୍ଗାଧର ପାତ୍ର, ତୀର୍ଥ ବୁଦ୍ଧିଆ, ଜୟପ୍ରକାଶ ଜାଲ, ବରୁଣ ଛତ୍ରିଆ, ମାୟାବତୀ ରଣା ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ: କୀର୍ତ୍ତନ ନାୟକ ଯାଦବ, ଦୁର୍ଯ୍ୟୋଧନ ମାଝୀ, ସତ୍ୟ ମାହାର ଓ ରମଣୀ ଦୁରିଆ ନିର୍ବାଚିତ ହୋଇଥିଲେ। ସମ୍ପାଦକ ଭାବେ ଗୋବର୍ଦ୍ଧନ ଶବର, ଚୂଡ଼ାମଣି ନାଏକ, ଦିଗାମ୍ବର ଲୁହା, ରତନ ନାଏକ, ଲକ୍ଷ୍ମଣ ମାଝୀ, ଅଞ୍ଜୁ କୁମାର, କୋଷାଧ୍ୟକ୍ଷ ପ୍ରେମଲାଲ ନାଏକ ,ମହିଳା ସଭାନେତ୍ରୀ ସ୍ନେହଲତା ଦୁର୍ଗା ,ଯୁବ ସଭାପତି ଡାକେଶ୍ୱର ଲହଜଲ, ଯୁବ ସମ୍ପାଦକ ସଞ୍ଜୟ ସୁନାନୀ ,କର୍ମଚାରୀ ସଂଘ ସଭାପତି ପ୍ରକାଶ ସାଗର ,ମିଡ଼ିଆ ସେଲ ମୁଖ୍ୟ ସୁଶୀଲ କୁମାର ବାଗ ,ସାଂସ୍କୃତିକ ବିଭାଗ ସଭାପତି ମଧୁସୂଦନ ବାଗ ଏବଂ ଉପଦେଷ୍ଟା କମିଟିକୁ ସିଦ୍ଧାର୍ଥ ନାୟକ, ଚମରୁ ବଗର୍ତ୍ତି, ଜଗଦୀଶ ଯାଦବ, ଛାୟାକାନ୍ତ ବେଣୁପାଣି, ରୁଦ୍ର ପାଣିଗ୍ରାହୀ, କୈଳାସ ମାଝୀ, ରାମସ୍ୱାମୀ ଭକ୍ତ, ଡୋଳେଶ୍ୱର ନାଏକ, ଦିଗାମ୍ବର ମାଝୀ, ମୁନିଆ ସିପକା ନିର୍ବାଚିତ ହୋଇଛନ୍ତି। ଏହି ବୈଠକ ମୂଳନିବାସୀ ସମାଜର ଐକ୍ୟବଦ୍ଧ ଲଢ଼େଇକୁ ଆହୁରି ଜୋରଦାର କରିବା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚିତ ହୋଇଛି।