
ଧର୍ମଗଡ଼:( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗତ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି), ଧର୍ମଗଡ଼ ଆନୁକୂଲ୍ୟରେ ନଗରପାଳ ଶ୍ରୀ ଅଶୋକ କୁମାର ମହାନ୍ତିଙ୍କ ନେତୃତ୍ୱରେ ରବିବାର ସକାଳ ୮:୩୦ ସମୟରେ ‘ବିକାଶ ବାହନ ଯାତ୍ରା’ର ଶୁଭ ଉଦ୍ଘାଟନ ହୋଇଯାଇଛି। ମାନ୍ୟବର ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କ ଦ୍ୱାରା ଏହି ଯାତ୍ରାର ଉଦ୍ଘାଟନ କରାଯାଇଥିଲା। ଭିଖୋଜପଡ଼ା ଗ୍ରାମବାସୀମାନେ ଏହି ଯାତ୍ରାକୁ ଉତ୍ସାହର ସହ ସ୍ୱାଗତ କରିଥିଲେ। ଏହି ଅବସରରେ ଉପାଧ୍ୟକ୍ଷା ଶ୍ରୀମତୀ ମନୀଷା ମିଶ୍ର, ନିର୍ବାହୀ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ଖିଲୋ, ସମସ୍ତ ପାରିଷଦ ବୃନ୍ଦ, ସ୍ୱଚ୍ଛ ସାଥୀ, ସୁପରଭାଇଜର, ସ୍ୱଚ୍ଛ କର୍ମଚାରୀ, ସମାଜସେବୀ ଶ୍ରୀ ସୌରଭ ମିତଲ, ଶ୍ରୀ ମନୀନ୍ଦ୍ର ପାତ୍ର, ଶ୍ରୀ ଡମ୍ବରୁଧର ଠାକୁର, ଶ୍ରୀ ବିଭୂତି ଯୋଶୀ, ଶ୍ରୀ ଘନଶ୍ୟାମ ଭାଟି, ଶ୍ରୀ ହେମନ୍ତ କୁମାର ମାଝୀ, ଶ୍ରୀ ପ୍ରବୀଣ କୁମାର ପଣ୍ଡା, ଶ୍ରୀ ପଣ୍ଡୁ ପାତ୍ର, ସ୍ଥାନୀୟ ବୁଦ୍ଧିଜୀବୀ ଶ୍ରୀ ହୃଷୀକେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କମ୍ପ୍ୟୁଟର ପ୍ରୋଗ୍ରାମିଙ୍ଗ ଅଫିସର୍ ଆଶିଷ କୁମାର ପଣ୍ଡା, ଗୋଷ୍ଠୀ ସଂଗଠକ ଯଶୋବନ୍ତ ମାହାପାତ୍ର, ଜୁନିଅର ଆସିଷ୍ଟାଣ୍ଟ ରବୀନ୍ଦ୍ରନାଥ ପରିଡ଼ା, ଟ୍ୟାକ୍ସ କଲେକ୍ଟର ସୁମେଷ୍ବର ମହାପାତ୍ର, ଦୁଷ୍ମନ୍ତ ଧଙ୍ଗଡମାଝୀ, ମନୋରଞ୍ଜନ ନାଗ ଓ ଅନ୍ୟମାନେ ପରିଚାଳନା କରେଥିଲେ। ଏହି ଯାତ୍ରା ମାଧ୍ୟମରେ ଅଞ୍ଚଳର ବିକାଶମୂଳକ କାର୍ଯ୍ୟକୁ ଆଗକୁ ନେବା ଲକ୍ଷ୍ୟ ରହିଛି।