
ବଙ୍ଗୋମୁଣ୍ଡା:( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ୍ରେ ବାମ୍ସେଫ୍ (ବି ଏ ଏମ୍ ସି ଇ ଏଫ୍) ଓ ଭାରତ ମୁକ୍ତି ମୋର୍ଚ୍ଚାର ଅସ୍ଥାୟୀ କମିଟି ଗଠନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ବାମ୍ସେଫ୍ ପ୍ରଭାରୀ ଡମ୍ବରୁଧର ମାଝୀ ଏବଂ ଜୋନ ପ୍ରଭାରୀ ଧର୍ମେନ୍ଦ୍ର ତାଣ୍ଡି ଉପସ୍ଥିତ ଥିଲେ। ସର୍ବସମ୍ମତିକ୍ରମେ ମନୋଜ ଭରାସଗରିଆ ବାମ୍ ସେଫ୍ ର ବ୍ଳକ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ,କାର୍ଯ୍ୟକାରୀ ସଭାପତି ଚୂଡାମଣି ଭୋଇ,ଉପସଭାପତି ଜଗତ କଅଁର ଓ କାର୍ତ୍ତିକ ଚନ୍ଦ୍ର ମାଝୀ, ସାଧାରଣ ସମ୍ପାଦକ ପାର୍ଥବ ମହାନନ୍ଦ, ସମ୍ପାଦକ ରାଘବ ଵାଗ, ଗଜେନ୍ଦ୍ର ତାଣ୍ଡି ଓ ମାଧବ ଝାଙ୍କର , କୋଷାଧ୍ୟକ୍ଷ ନରସିଂହ ତାଣ୍ଡି, କାର୍ଯ୍ୟକାରୀ ସଦସ୍ୟ ଜିତେନ୍ଦ୍ର ଭତ୍ରା, ସୋମନାଥ କୁମ୍ଭାର ନିର୍ବାଚିତ ହୋଇଛନ୍ତି। ସେହିଭଳି ଭାରତ ମୁକ୍ତି ମୋର୍ଚ୍ଚା କମିଟିରେ ସଭାପତି ରେଣୁରଞ୍ଜନ ବାଗ ,କାର୍ଯ୍ୟକାରୀ ସଭାପତି ସତ୍ୟ ଭୋଇ, ଉପସଭାପତି ରବୀନ୍ଦ୍ର ପାନିକା ଓ ବେଣୁ ମାଝୀ, ସାଧାରଣ ସମ୍ପାଦକ ଏଡ. ଦୀନେଶ ତାଣ୍ଡି, ସମ୍ପାଦକ କ୍ଷୀରସିନ୍ଧୁ ମାଝୀ, ନେତ୍ର ବେହେରା, ମଣ୍ଟୁ ଦୀପ , କୋଷାଧ୍ୟକ୍ଷ: ସନାତନ ଦୀପ , କାର୍ଯ୍ୟକାରୀ ସଦସ୍ୟ ମଧୁସୂଦନ ଛୁରା, ଡଗର ଭୋଇ ମନୋନୀତ ହୋଇଛନ୍ତି। ଏହି ନୂତନ କମିଟି ଗଠନ ସହିତ ବଙ୍ଗୋମୁଣ୍ଡା ବ୍ଲକ୍ରେ ବାମ୍ସେଫ୍ ଓ ଭାରତ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକ୍ରମ ଆହୁରି ସଶକ୍ତ ହେବ ବୋଲି ଆଶା କରାଯାଉଛି।