
ଭବାନୀପାଟଣା:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଉତ୍ତର ବନଖଣ୍ଡର କର୍ମଚାରୀମାନେ ବିଭିନ୍ନ ଦାବୀ ନେଇ କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିଛନ୍ତି। ଓଡ଼ିଶା କାର୍ଯ୍ୟକାରିଣୀ ସଂଘର ଆହ୍ବାନରେ ବନପାଳ ବିଶିକେଶନ କରୁଆଁଙ୍କ ନେତୃତ୍ୱରେ କେସିଙ୍ଗା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଅଣ-ଗେଜେଟେଡ ବନ କର୍ମଚାରୀ ସଂଘ ଏହି ପ୍ରତିବାଦ କରିଛି। ପ୍ରତିବାଦରେ ହିନ୍ଦୋଳ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନଙ୍କ ହତ୍ୟା ମାମଲାରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ତାଙ୍କ ପରିବାରକୁ ୧ କୋଟି ଟଙ୍କା ଆର୍ଥିକ ସହାୟତା, ଫରେଷ୍ଟ କମିଶନ ଗଠନ, ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଏବଂ ଇନ୍ସୁରାନ୍ସ ପ୍ୟାକେଜ ପ୍ରଦାନ ଆଦି ଦାବୀ ଉଠାଯାଇଛି।ଆଜିଠାରୁ ୨୧ ଜୁନ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜାରି ରହିବ। ସରକାର ଏହି ଦାବୀ ପୂରଣ ନ କଲେ, ୨୨ ଜୁନଠାରୁ ସାମୂହିକ ଛୁଟିରେ ଯିବେ ବୋଲି ବନପାଳ ବିଶିକେଶନ କରୁଆଁ, ଫକୀର ବିଶ୍ବାଳ, ଯଶୋବନ୍ତ ନାଏକ, ଶ୍ରୀମୁଖ ମେହେର, ଯଶୋବନ୍ତ ପାତ୍ର, ପାରିଜାତ ବାଗ, ବନରକ୍ଷୀ ନିଗମ କୁମାର ସାହୁ, ସୁଜାତା ବାଗ, ରୁକ୍ମଣୀ ମାଝୀ, ରାଜଲକ୍ଷ୍ମୀ ପ୍ରଧାନ, ଧନଞ୍ଜୟ ନିଆଳ ପ୍ରମୁଖ ଚେତାବନୀ ଦେଇଛନ୍ତି।ଏହାପରେ ମଧ୍ୟ ସରକାର ଦାବୀ ପୂରଣ ନ କଲେ ଭୁବନେଶ୍ୱରରେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।