
ଧର୍ମଗଡ଼:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଚିତ୍ରଶିଳ୍ପୀ ସଂଘ ଆନୁକୂଲ୍ୟରେ ଜେନାଡଙ୍ଗର ଛିଲାପା ଗାଁରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଲଲିତ ବାଣୁଆ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସଭାପତି ରିଖିରାମ ସାଗର ଏବଂ ସମ୍ମାନୀୟ ଅତିଥି ଭାବେ ଧନିରାମ ଦୁର୍ଗା ଯୋଗ ଦେଇଥିଲେ। ବୈଠକ ଆରମ୍ଭରେ ମାଁ ଭଣ୍ଡାରଘରୁଣୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଉଦ୍ଘାଟନ କରାଯାଇଥିଲା। ବୈଠକରେ ସଂଘକୁ ସୁଦୃଢ଼ କରିବା, ଚିତ୍ରଶିଳ୍ପୀମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି, କଳାକୁ ସଂରକ୍ଷଣ ଏବଂ ସରକାରୀ ଯୋଜନା ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ସଂଘ ମାଧ୍ୟମରେ କାର୍ଯ୍ୟ କରାଗଲେ କଳାକାରମାନେ ନିଜ ଜୀବନଜୀବିକା ପ୍ରତିପୋଷଣ କରି ରୋଜଗାର କ୍ଷମ ହୋଇପାରିବେ ବୋଲି ଆଲୋଚନା ହୋଇଥିଲା। ଏହି ଅବସରରେ ରାଜ୍ୟସ୍ତରୀୟ ପୁରସ୍କାରପ୍ରାପ୍ତ କଳାକାର ନବୀନ ସାରାପ ଏବଂ କଳାହାଣ୍ଡି ଜିଲ୍ଲା ଚିତ୍ରଶିଳ୍ପୀ ସଂଘର ସମ୍ପାଦକ ଭାବେ ନିର୍ବାଚିତ ହଳଧର ନିଆଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକରେ ଧର୍ମଗଡ଼ ବ୍ଲକ ସ୍ତରୀୟ ନୂତନ କମିଟିର କର୍ମକର୍ତ୍ତା ଚୟନ କରାଯାଇଛି। ନୂତନ ସଭାପତି ଭାବେ ଅଜିତ କୁମାର ସେନା, ଉପସଭାପତି ଭାବେ ପରଦେଶୀ ସୁନାନୀ, ସମ୍ପାଦକ ଭାବେ ଦୀପକ ମୁଣ୍ଡ, ସହ-ସମ୍ପାଦକ ଭାବେ ଲଲିତ ମୋହନ ବାଣୁଆ ଏବଂ କୋଷାଧ୍ୟକ୍ଷ ଭାବେ କର୍ମଜୟ ନାଏକ ଚୟନିତ ହୋଇଛନ୍ତି। ବୈଠକରେ ପ୍ରେମଚନ୍ଦ ତାଣ୍ଡି, ମହିଧର ସାଗର, ଅଜିତ ବାଗ, ବସନ୍ତ କୁମାର ମହାରଣା, ସରୋଜ ବାଗ, କାଳିଆ ସୁନାନୀ, କୈଳାସ ଜାଲ ଓ ଟିକଚାନ ପରାଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଚନ୍ଦ୍ରମଣି ସାଙ୍କ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଧର୍ମଗଡ଼ ବ୍ଲକର ଶତାଧିକ ଚିତ୍ରଶିଳ୍ପୀ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ସର୍ବଶେଷରେ ଜଗଦୀଶ ଦୁର୍ଗା ଧନ୍ୟବାଦ ଅର୍ପଣ କରି ବୈଠକ ସମାପନ କରିଥିଲେ।