
ଧର୍ମଗଡ:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡର ବିଶିଷ୍ଟ ସମାଜସେବୀ ତଥା ବ୍ୟବସାୟୀ ନିରଞ୍ଜନ ଅଗ୍ରୱାଲ (୮୨) ଙ୍କ ଆଜି ପରଲୋକ ହୋଇଛି। କିଛି ଦିନ ତଳେ ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଅପରାହ୍ନ ୧:୩୦ ମିନିଟ୍ରେ ତାଙ୍କର ଦେହାନ୍ତ ହୋଇଛି। ପପୁଲାର ମେଡିକାଲ ଷ୍ଟୋରର ମାଲିକ ସ୍ୱର୍ଗତ ଅଗ୍ରୱାଲ ଜଣେ ମିଷ୍ଠ ଭାସି ଓ ଭଦ୍ର ବ୍ୟକ୍ତିତ୍ୱ ଭାବେ ଅଞ୍ଚଳରେ ସୁପରିଚିତ ଥିଲେ। ପରିଣତ ବୟସରେ ମଧ୍ୟ ସେ ଅତ୍ୟନ୍ତ ଚଳଚଞ୍ଚଳ ଓ ସକ୍ରିୟ ଥିଲେ। ସେ ଜିଲ୍ଲା ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନର ଜଣେ ବରିଷ୍ଠ ଓ ସକ୍ରିୟ ସଭ୍ୟ ଥିଲେ। ମୃତ୍ୟୁ ସମୟରେ ତାଙ୍କ ପାଖରେ ପୁତ୍ର ଜଗୁ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ, ସୁନ୍ଦର ଅଗ୍ରୱାଲ, ନରେଶ ଅଗ୍ରୱାଲ, ଗଣେଶ ଅଗ୍ରୱାଲ, ପୁତ୍ରବଧୂ, ନାତି-ନାତୁଣୀ ଏବଂ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଧର୍ମଗଡ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଧର୍ମଗଡ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ, ବ୍ୟବସାୟୀ ସଂଘ, ଜଗନ୍ନାଥ ସେବା ସମିତି ସମେତ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ