
କଲମପୁର:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କେନ୍ଦ୍ରରେ ବିଜେପି ସରକାରଙ୍କ ୧୧ ବର୍ଷ ଏବଂ ଓଡ଼ିଶାରେ ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଗ୍ରାମାଞ୍ଚଳରେ ପହଞ୍ଚାଇବା ପାଇଁ କଲମପୁର ବ୍ଲକ ମଣ୍ଡଳ ଗ୍ରାମ ପଞ୍ଚାୟତ ଠାରେ ‘ବିକାଶ ବାହାନ ରଥ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମଣ୍ଡଳ ପଞ୍ଚାୟତର ନାଏବ ସରପଞ୍ଚ କୁମୁଦିନୀ ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଚିନ୍ତାମଣି ବେହେରା, ମୁଖ୍ୟ ବକ୍ତା ଭାବେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି, ସ୍ଵତନ୍ତ୍ର ଅତିଥି ଭାବେ ତହସିଲଦାର ସ୍ମରଣିକା ତୁଲ, ସମ୍ମାନୀୟ ଅତିଥି ଭାବେ ସହକାରୀ ଯନ୍ତ୍ରୀ କିରଣ କୁମାର ଷଣ୍ଢ, କାର୍ଯ୍ୟକାରୀ ଅଧିକାରୀ ରିଜି ଆନସ ଏକ୍କା, କନିଷ୍ଠ ଯନ୍ତ୍ରୀ ସୁମନ୍ତ ଦଣ୍ଡପାଟ, ପିତାମ୍ବର ହେମ୍ରମ, ଜଳ ପରିମଳ ବିଭାଗ ଯନ୍ତ୍ରୀ ପ୍ରଦୀପ ଖିଲାର, ଡବ୍ଲୁଇଓ ଆଶିଷ କୁମାର ପଣ୍ଡା, ଭିଏଡବ୍ଲୁ ସୁଶାନ୍ତ ରାଉତ, ବିଜେପି ନେତା ନୀଳକଣ୍ଠ ଶୁନାନୀ, ଯୁବ ନେତା ମାଙ୍ଗେଲାଲ ବାଗ, ଜନ୍ମେଜୟ ସାହୁ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ତୋଦୟ ଆବାସ ଯୋଜନାରେ ୫ ଜଣଙ୍କୁ ଗୃହ, ୩ଟି ଜମି ମରାମତି କାର୍ଯ୍ୟାଦେଶ ଏବଂ ୩ ଜଣଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ମଣ୍ଡଳ ଗ୍ରାମ ପଞ୍ଚାୟତର ମହିଳା ଗୋଷ୍ଠୀ, ଏମବିକେ, ସିଆରପି, ବ୍ୟାଙ୍କ ମିତ୍ରଙ୍କ ସମେତ ପିଇଓ ସୁରେଶ ପୂଜାରୀ, ଏଡିଇଓ ବିରେନ୍ଦ୍ର ଗହିର, ଯୋଗାଣ ସହାୟକ ଅନଙ୍ଗସେନ ବାଗ ପ୍ରମୁଖ ସହଯୋଗ କରିଥିଲେ। ସମ୍ବାଦ ପ୍ରତିନିଧି ଚକ୍ରଧର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ମାଙ୍ଗେଲାଲ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।