
ଧର୍ମଗଡ଼:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଗୋଲାମୁଣ୍ଡା ବ୍ଲକ ଧର୍ମଗଡ଼ର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଖମାର ହଲଦି ଠାରୁ ଦଶପୁର ପର୍ଯ୍ୟନ୍ତ ନିର୍ମିତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଟେମରି ପଞ୍ଚାୟତ ବସ ଷ୍ଟପେଜ୍ ନିକଟରେ ଆଣ୍ଠୁଏ ଗାତ ସୃଷ୍ଟି ହୋଇଥିବା ସହ ପାଣି ଜମା ରହୁଛି, ଯାହା ଯାତାୟାତ କରୁଥିବା ଯାନବାହାନ ଓ ସାଧାରଣ ଜନତାଙ୍କ ପାଇଁ ବିପଦଜନକ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ଗାତ ଯୋଗୁଁ ପୂର୍ବରୁ ଅନେକ ଦୁର୍ଘଟଣା ଘଟିଛି। ପ୍ରଶାସନ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଏହି ପରିସ୍ଥିତିକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ