
ଖଣ୍ଡପଡା🙁 ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଡାକ୍ତରି ପାଠ୍ଯକ୍ରମରେନାମ ଲେଖାଇବା ପାଇଁ ସର୍ବଭାରତୀୟ ସ୍ତରରେ ଆୟୋଜିତ ନିଟ ପ୍ରବେଶିକା ପରୀକ୍ଷା ୨୦୨୫ ରେ ସଫଳତା ହାସଲ କରିଛନ୍ତି ଖଣ୍ଡପଡ଼ା ବ୍ଳକର ମର୍ଦ୍ଦରାଜପୁର ପଞ୍ଚାୟତ ଅଧିନ ଚାଉପଲ୍ଲୀ ଗ୍ରାମର ଛାତ୍ର ଦିବ୍ଯଜ୍ୟୋତି ରାଉତ। କଠିନ ପରିଶ୍ରମ ଶିକ୍ଷକ ଓ ପିତାମାତାଙ୍କ ପ୍ରେରଣା,ଇଶ୍ବରଙ୍କ ଆର୍ଶୀବାଦ ଯୋଗୁଁ ସଫଳତାର ଶୀର୍ଷରେ ସେ ପହଞ୍ଚି ପାରିଛନ୍ତି ବୋଲି ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ନିଟ ପ୍ରବେଶିକା ପରୀକ୍ଷାରେ ସେ ସର୍ବମୋଟ ୫୮୯ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଜଣାପଡିଛି। ନିଟ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ମେଧାବୀ ଛାତ୍ର ଦିବ୍ଯଜ୍ୟୋତିଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ପ୍ରଶଂସାର ସୁଅ ଛୁଟିବାରେ ଲାଗିଥିବା ବେଳେ ଚାଉପଲ୍ଲୀ,ମର୍ଦ୍ଦରାଜପୁର ଗ୍ରାମବାସୀଙ୍କ ମଧ୍ଯରେ ଖୁସିର ଲହରୀ ଖେଳିଯାଇଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ