
ଖଣ୍ଡପଢା:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡା ବ୍ଲକ ଅନ୍ତର୍ଗତ କୁମ୍ଭାରପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ଶୁକ୍ରବାର ୨୦୨୫ ଆର୍ଥିକ ବର୍ଷର ପ୍ରଥମ ଜନ ଆରୋଗ୍ୟ ସମିତି ବୈଠକ ୫ନଂ ଜିଲ୍ଲା ପରିଷଦ ସଭ୍ୟ ତଥା ଜନ ଆରୋଗ୍ୟ ସମିତିର ଅଧ୍ୟକ୍ଷ ରାମେଶ୍ଵର ଶତପଥୀଙ୍କ ପୌରହତ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ଫାର୍ମାଶିଷ୍ଟ ସୂର୍ଯ୍ୟ ପ୍ରସାଦ ସାହୁ ଗତ ୨୦୨୪ ଅଧିବେଶନ ଜନ ଆରୋଗ୍ୟ ସମିତିର ବିବରଣୀ ପାଠ କରିବା ପରେ ଏହାକୁ ଦୃଢୀକରଣ କରାଯାଇଥିଲା । ଏ ଅବସରରେ ୨୦୨୫-୨୬ ବର୍ଷର ଆର୍ଥିକ ବଜେଟ ଉପସ୍ଥାପିତ କରାଯାଇ ପ୍ରାଥମିକ ସାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯିବା ସହ ମେଡିକାଲର ଉନ୍ନତିମୂଳକ କାର୍ଯ୍ୟ, ପୂର୍ବରୁ ଏହି ସଂସ୍ଥାରେ ଅର୍ଥ ଖର୍ଚ୍ଚ ହୋଇପାରି ନଥିବାରୁ ସଂପୃକ୍ତ ଅର୍ଥକୁ କିପରି ସୁବିନିଯୋଗ କରାଯିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା । ସେହିପରି ରୋଗୀମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ସମସ୍ୟା, ରୋଗୀମାନଙ୍କ ପାଇଁ ହୁଇଲି ଚେୟାର, ଷ୍ଟେଚର ନଥିବାରୁ ଏଗୁଡିକ କ୍ରୟ ନିମନ୍ତେ ନିଷ୍ପତି ଗ୍ରହଣ କରାଗଲା । ଆୟୋଜିତ କାର୍ଯ୍ୟକ୍ରମରେ କୁମ୍ଭାରପଡା ସରପଞ୍ଚ ଚିନ୍ମୟ କୁମାର ପଣ୍ଡା, ସମିତି ସଭ୍ୟ ନରେନ୍ଦ୍ରନାଥ ଦାଶ, ସମାଜସେବୀ ପୀତବାସ ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ଅଖିଳ କୁମାର ପଣ୍ଡାଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ସବସେଣ୍ଟର କର୍ମଚାରୀ ଓ ସ୍ଥାନୀୟ ମେଡିକାଲ କର୍ମଚାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ