
ଧର୍ମଗଡ଼:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ମା ଲଙ୍କେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ପଣ୍ଡରାମାଳୀ ସେବା ସଂଘ ଆନୁକୂଲ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ସଂଘର କୁଳପତି ପ୍ରକାଶ ଚନ୍ଦ୍ର ନାଏକ, ସଭାପତି ଇଶ୍ୱର ପୁଝାରୀ, ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ନାଏକ ପ୍ରମୁଖ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସୁସ୍ଥ ଓ ସଂଗଠିତ ସମାଜ ଗଠନ ପାଇଁ ଏକ ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରିଥିଲେ। ସମ୍ମିଳନୀରେ ଆଲୋଚନା କରାଯାଇଥିଲା ଯେ, ଗତ ୪ ଓ ୫ ମେ ୨୦୨୫ରେ ଜୁନାଗଡ଼ ବ୍ଲକର ଚାରବାହାଲ ମଣ୍ଡିଠାରେ ଅନୁଷ୍ଠିତ ମହାସଭାରେ ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ କୁଳପତି, ସଭାପତି ଏବଂ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାମାନଙ୍କୁ ନିର୍ବାଚିତ କରାଯାଇଥିଲା। ଏହାପୂର୍ବରୁ ୧୯ ଜୁନ ୨୦୨୨ରେ ଗଡ଼ିଆଜୋର ଆମ୍ବତୋଟାଠାରେ ମଧ୍ୟ ସମାନ ପ୍ରକ୍ରିୟାରେ କର୍ମକର୍ତ୍ତା ଚୟନ କରାଯାଇଥିଲା। ଚାରବାହାଲ ମହାସଭାରେ ପୁନର୍ବାର ଏହି ନିର୍ବାଚନକୁ ସ୍ୱୀକୃତି ଦିଆଯାଇଥିଲା ଏବଂ ସମାଜର କୌଣସି ବ୍ୟକ୍ତି ଏହାର ବିରୋଧ କରିନଥିଲେ। ତେବେ, ପରବର୍ତ୍ତୀ ସମୟରେ କିଛି ବ୍ୟକ୍ତି ରାଜନୈତିକ ଚାପରେ ପଡ଼ି ସମାଜର ଏକତାକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଉଠିଛି। ଜିଲ୍ଲାର ବିଭିନ୍ନ ଗାଁରେ ଅବୈଧ ସଭା ଆୟୋଜନ କରି ସମାଜର ମୂଳସ୍ରୋତକୁ ବିଚ୍ଛିନ୍ନ କରିବାର ଉଦ୍ୟମ ଚାଲିଥିବା ଜଣାପଡ଼ିଛି। ଏହାର ପ୍ରତିବାଦରେ ସଂଘ ଆଗାମୀ ୨୨ ଜୁନ ୨୦୨୫ରେ ହେବାକୁ ଥିବା ଏକ ମହାସଭାକୁ ଅସାମ୍ବିଧାନିକ ବୋଲି ଘୋଷଣା କରିଛି। ସାମ୍ବାଦିକ ସମ୍ମିଳନୀରେ ସଂଘର ନେତୃବୃନ୍ଦ ସମାଜରେ ରାଜନୈତିକ ହସ୍ତକ୍ଷେପକୁ ଦୃଢ଼ ବିରୋଧ କରିବା ସହ ଏକତା ଓ ଅଖଣ୍ଡତା ରକ୍ଷା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। କୁଳପତି ପ୍ରକାଶ ଚନ୍ଦ୍ର ନାଏକ କହିଛନ୍, “ସମାଜ ରାଜନୀତିରୁ ଉର୍ଦ୍ଧରେ। ଆମେ ସୁସ୍ଥ ଓ ସଶକ୍ତ ସମାଜିକ ବ୍ୟବସ୍ଥା ଗଢ଼ିବାକୁ ପ୍ରତିଶ୍ରୁତିବଦ୍ଧ।” ଏହି ସମ୍ମିଳଳୀରେ ଜୁନାଗ଼ଡ଼ ବ୍ଲକ ସଭାପତି ବାଲ୍ମୀକି ନାଏକ, ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ଲକ୍ଷ୍ମଣ ଭୋଇ, ଯୁବବାହିନୀ ସଭାପତି ଭବାନୀ ଶଙ୍କର ବଣିଆ, ସମ୍ପାଦକ ଲୋକେଶ ନାଏକ ଯୁବବାହିନୀ ସମ୍ପାଦକ ଲୋକେଶ ନାଏକ, ଧର୍ମଗଡ ଏନ୍ ଏ ସି ଯୁବ ବାହିନୀ ସଭାପତି ସୌମ୍ୟ ରଞ୍ଜନ ନାଏକ,ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ଅଜାମ୍ବିଳ ପୁଝାରୀ,ତଥା ଦୁଷ୍ମନ୍ତ ନାଏକ, ରତନ ନାଏକ, ଶ୍ରୀକାନ୍ତ ନାଏକ ପ୍ରମୁଖ ଉପସ୍ଥିତ ରହି ସମାଜର ଏକତା ଓ ସାମ୍ବିଧାନିକ ମୂଲ୍ୟବୋଧର ରକ୍ଷା ପାଇଁ ସଂକଳ୍ପ ବ୍ୟକ୍ତ କରିଥିଲେ।
ଭରତ ଦାସ, ଧର୍ମଗଡ଼