
ଭବାନୀପାଟଣା:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାସ୍ଥିତ ଅଟାଙ୍ଗଗୁଡା ଠାରେ ସି.ଆର.ପି.ଏଫ. ୬୪ ବାଟାଲିୟନ୍ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍କୁଲ ଛାତ୍ରଛାତ୍ରୀ, ଇ-ଦୋସ୍ତି ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ଯୋଗ ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ। କମାଣ୍ଡାଣ୍ଟ ପ୍ରସନ୍ନ କୁମାର ମିଶ୍ର ଏବଂ ଡେପୁଟି କମାଣ୍ଡାଣ୍ଟ ସଚିତାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ୬୪ ବାଟାଲିୟନ୍ର ସମସ୍ତ ଯବାନମାନେ ଉପସ୍ଥିତ ଥିଲେ। ଯୋଗ ପ୍ରଶିକ୍ଷକ ଏଏସଆଇ ସଞ୍ଜୟ ଖଣ୍ଡାଲେ ଓ ତାଙ୍କ ସହକର୍ମୀଙ୍କ ସହାୟତାରେ ଯୋଗ ଅଭ୍ୟାସ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ସୂର୍ଯ୍ୟ ନମସ୍କାର ସହିତ ବିଭିନ୍ନ ଯୋଗ ମୁଦ୍ରା, ଆସନ ଏବଂ ପ୍ରାଣାୟାମ ଅଭ୍ୟାସ କରାଯାଇଥିଲା। ଏଥିରେ ମୋଟ ୧୮୦ ଜଣ ସି.ଆର.ପି.ଏଫ. ଯବାନ ଅଂଶଗ୍ରହଣ କରି ଯୋଗର ମହତ୍ୱ ଉପଲବ୍ଧି କରିଥିଲେ।