
କଲମପୁର:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଲମପୁର ବିଜୁ କଲ୍ୟାଣ ମଣ୍ଡପ ଠାରେ ଶନିବାର ସକାଳ ଘ:୭ ଣ୍ଟା ସମୟରେ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗାଦିବସ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ବିଜୟ କୁମାର ମାଡାଙ୍ଗୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଯୋଗ ଶିବିରକୁ ଯୋଗ ଶିକ୍ଷକ ଚନ୍ଦ୍ରଶେଖର ସାହୁ ପରିଚାଳନା କରିଥିବା ବେଳେ ଯୋଗାଭ୍ୟାସୀ ଅଶ୍ୱିନ କୁମାର ସେନାପତି, ମନ୍ମଥ ମିଶ୍ର ଏବଂ ଲକ୍ଷ୍ମୀ ନାରାୟଣ ଆଚାରୀ ଯୋଗାଭ୍ୟାସ ପରିବେଷଣ କରିଥିଲେ। ବିଡ଼ିଓ ଶ୍ରୀ ମାଡାଙ୍ଗୀ ପ୍ରଦୀପ ପ୍ରଜ୍ୱଳନ କରି ଶିବିରର ଶୁଭ ଉଦ୍ଘାଟନ କରିଥିଲେ। ଶତାଧିକ ବ୍ୟକ୍ତି ଏହି ଶିବିରରେ ଉତ୍ସାହର ସହ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ, ଏହା ମାନସିକ ଶାନ୍ତି, ଆଧ୍ୟାତ୍ମିକ ଜାଗରଣ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟର ଏକ ଅମୂଲ୍ୟ ଉପାୟ। ନିୟମିତ ଯୋଗାଭ୍ୟାସ ଶରୀରରେ ନମନୀୟତା ବୃଦ୍ଧି, ମାନସିକ ଚାପ ହ୍ରାସ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହା ଆମ ଦୈନନ୍ଦିନ ଜୀବନରେ ସନ୍ତୁଳନ ଓ ଶାନ୍ତି ଆଣିବା ସହ ଆମକୁ ସୁସ୍ଥ ଓ ସକ୍ରିୟ ରଖିଥାଏ ବୋଲି ଅତିଥି ମାନେ କହିଥିଲେ । ଶେଷରେ ବିଡ଼ିଓ ଶ୍ରୀ ମାଡାଙ୍ଗୀ ସମସ୍ତ ଅଂଶଗ୍ରହଣକାରୀ, ଯୋଗ ଶିକ୍ଷକ ଓ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଥିଲେ।