
ଖଣ୍ଡପଡ଼ା(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ଖଣ୍ଡପଡ଼ା ଅବକାରୀ ବିଭାଗ ପକ୍ଷରୁ ନିଶା ନିବାରଣ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ଅବକାରୀ ଏସଆଈ ଦୀପକ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ ସିଡିପିଓ କେ କୋଟେଶ୍ୱରୀ ଓ ଅନ୍ଯ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇ କାର୍ଯ୍ୟକ୍ରମ ଆୟୋଜନର ମୁଖ୍ଯ ଉଦ୍ଦେଶ୍ଯ ସଂର୍ପକରେ ଆଲୋକପାତ କରିଥିଲେ। ନିଶାଦ୍ରବ୍ୟର କୁପରିଣାମ ସଂର୍ପକରେ ସର୍ବସାଧାରଣଙ୍କୁ ସଚେତନ କରିବା, ନିଶାଦ୍ରବ୍ୟର ସେବନ ବନ୍ଦ ସହ ନିଶାଦ୍ରବ୍ୟକୁ ପୁରା ବର୍ଜନ କରି ଏକ ସୁସ୍ଥ ସମାଜ ଗଠନରେ ସହଯୋଗର ହାତ ବଢାଇବା ନେଇ କାର୍ଯ୍ଯକ୍ରମରେ ଯୋଗ ଦେଇଥିବା ମହିଳା ଓ ପଞ୍ଚାୟତ ଲୋକପ୍ରତିନିଧିମାନଙ୍କୁ ସେ ନେଇ ସଚେତନ କରାଯାଇଥିଲା। ପୁନଶ୍ଚ ଏ ଅବସରରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ପ୍ରକାଶଥାଉକି ଓଡ଼ିଶାକୁ ସଂପୂର୍ଣ୍ଣ ରୂପେ ନିଶାମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅବକାରୀ ବିଭାଗ ଜରିଆରେ ଏଭଳି କାର୍ଯ୍ୟକ୍ରମ ଲଗାତର ଭାବେ ଚାଲୁ ରହିଥିବା ଜଣାପଡିଛି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ