
ଧର୍ମଗଡ:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ରାଜ୍ୟ ସରକାର ଗଠନର ବର୍ଷେ ପୂର୍ତ୍ତି ଅବସରରେ ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଏଥିରେ ହିତାଧିକାରୀ ମାନଙ୍କ ସହଯୋଗ ଏବଂ ଭାଗିଦାରୀ ପାଇଁ ସାରା ରାଜ୍ୟରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସଂପର୍କୀତ ବିକାଶ ବାହନ ପରିଭ୍ରମଣ ରଥ ବୁଲୁଥିବା ବେଳେ ଆଜି ଶେଷ ଦିନରେ ତମ୍ବାଛଡା ପଞ୍ଚାୟତରେ ଶୁଭ କଳସ ସ୍ଥାପନ କରି ବନ୍ଧାପଣା ସହ ସ୍ବାଗତ କରାଯାଇଥିଲା । ଏହି ଅବସରେ ଧର୍ମଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସଦାଶିବ ନାଏକ, ଧର୍ମଗଡ ଜିଲ୍ଲାପରିଷଦ ସଭ୍ୟ ଗୋପିନାଥ ମହାନନ୍ଦ, ସରପଞ୍ଚ ଆଶୁତୋଷ ପଟ୍ଟଯୋଶୀ, ସରକାରୀ ଯନ୍ତ୍ରୀ କରୁଣାକର ମୁର୍ମୁ, କନିଷ୍ଠ ଯନ୍ତ୍ରୀ ରମାନନ୍ଦ ଭୋଇ, ସିପି ସୌମେନ୍ଦ୍ର କୁମାର ମୁଣ୍ଡ ,ପିଇଓ ବ୍ୟୋମେକେଶ ବଗର୍ତ୍ତୀ,ଭିଏଡବ୍ଳୁ ସୁଜାତା ନାଏକ, ଭିଟି ଅଙ୍କବଳ ଦୁର୍ଗା, ଆର୍ ଆଇ ସୁନିଲ୍ ପଟ୍ଟନାୟକ,ନାଏବ ସରପଞ୍ଚ ସରିତା ଗୋପାଳ, ଜିଆରଏସ କୈଲାଶ ଭୋଇ, ଯୋଗାଣ ସହାୟକ ରସିକ ହଂସ, ବିକେମ କଳ୍ପନା ଧଙ୍ଗଡା ମାଝି, ଜିପିଏଲଏଫ ସଭାନେତ୍ରୀ ସାବିତ୍ରୀ ନାଏକ ,ଜିପିଏଲଏଫ ସଂପାଦିକା ପ୍ରେମିକା ପଟେଲ ପ୍ରମୁଖ ଉପସ୍ଥିତି ରହି ସରକାରଙ୍କ ଏକ ବର୍ଷ ପୂର୍ତ୍ତିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଜନସାଧାରଣଙ୍କ ପାଖରେ ଉପସ୍ଥାପନା କରିଥିଲେ । ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ , ନୂତନ ଜବକାର୍ଡ଼ ,ନୂତନ ରାସନ୍ କାର୍ଡ ,ଲେବର କାର୍ଡ ବଣ୍ଟନ କରିଥିବା ବେଳେ ସମସ୍ତ ସିଆରପି,ଏମ୍ବିକେ, ଅଙ୍ଗନୱାଡ଼ି କର୍ମି, ଆଶା ସମେତ ଅନେକ ଏସ୍ ଏଚ୍ ଜି ମହିଳା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ବିକାଶ ବାହନ ରଥକୁ ସ୍ଵାଗତ ଜଣାଇଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ