
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଗଡିଆଯୋର ଆମ୍ବତୋଟା ଠାରେ ପଣ୍ଡାରା ମାଳି ସେବା ସଙ୍ଗ ପକ୍ଷରୁ ଏକ ମହାସଭା ଆୟୋଜିତ ହୋଇଥିଲା। ଏହି ସଭାରେ ଚାରିଗଡ଼ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ। ସଭା ପ୍ରେମଲାଳ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ, ମଞ୍ଚରେ ପଣ୍ଡାରା ମାଳି ସମାଜର ଛତିଶବର୍ଗ ପୂଝାରୀ, ଗୈନ୍ତିଆ ଓ ଝାଙ୍କର ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲା ପଣ୍ଡାରା ମାଳି ସଙ୍ଗର ସଭାପତି ଗୋଦାବରୀଶ ନାଏକ, ମୁଖ୍ୟ ବକ୍ତା ଭାବେ ଯତୀନ୍ଦ୍ର ନାଏକ (ନବରଙ୍ଗପୁର), ଏବଂ ସମ୍ମାନିତ ଅତିଥି ଭାବେ ନରେଶ ବିଶୀ (କେସିଙ୍ଗା ବ୍ଲକ) ଓ ବିଶେଶ୍ୱର ଟୋଳଟିଆ (ଛତିଶଗଡ଼) ଯୋଗଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ପଣ୍ଡାରା ମାଳି ସେବା ସଙ୍ଗ ପକ୍ଷରୁ ଏକ ଜିଲ୍ଲା କମିଟି ଗଠନ କରାଯାଇଥିଲା। ଉପସ୍ଥିତ ଜନସାଧାରଣଙ୍କ ସହମତି କ୍ରମେ କୁଳପତି ଭାବେ ବିଦ୍ୟାଧର ନାଏକ,ସଭାପତି ଭାବେ ଉମାଶଙ୍କର ମାଝୀ,କାର୍ଯ୍ୟକାରୀ ସଭାପତି ଭାବେ ଉଦିତ କୁମାର ନାଏକ,ସାଧାରଣ ସଂପାଦକ ଭାବେ ବିରଞ୍ଚି ବଣିଆ,କୋଷାଧ୍ୟକ୍ଷ ଭାବେ ମନୋଜ କୁମାର ନାଏକ,ଉପସଭାପତି ଭାବେ ସୁରେନ୍ଦ୍ର ନାଏକ, ନୂତନ ନାଏକ, ଟଙ୍କଧର ନାଏକ, ଅଲେଖ ନାଏକ, ସୁଦର୍ଶନ ବିନବର୍ଗିଆ ଦାୟିତ୍ବ ଗ୍ରହଣ କରିଥିଲେ। ସଭାର ସଞ୍ଚାଳନା ସୁଶାନ୍ତ ନାଏକ କରିଥିବା ବେଳେ, ଭଜମନ ନାଏକ ଉପସ୍ଥିତ ଅତିଥି ଓ ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭା ସମାପ୍ତ କରିଥିଲେ। ପଣ୍ଡାରା ମାଳି ସେବା ସଙ୍ଗର ସମସ୍ତ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ