
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ତମ୍ବାଛଡ଼ା ଗ୍ରାମ ପଞ୍ଚାୟତର ତେଲିପଲାସ ଗ୍ରାମରେ ନବନିର୍ମିତ ଶ୍ରୀ ଶ୍ରୀ ଲୋକେଶ୍ଵର ମହାଦେବ ମନ୍ଦିରରେ ରତ୍ନମୁଦ ଉତ୍ସବ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଗତ ୨୨ ଜୁନ ୨୦୨୫, ରବିବାର ଦିନ ଶତାଧିକ ମହିଳା କଳସ ଯାତ୍ରାରେ ଅଂଶଗ୍ରହଣ କରି ଅଧିବାସ କାର୍ଯ୍ୟକ୍ରମ ସମ୍ପନ୍ନ କରିଥିଲେ। এହି ଅବସରରେ ଇନ୍ଦ୍ର ଓ ଇନ୍ଦ୍ରାଣୀଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ ବାହାଡ଼ା ବୃକ୍ଷରେ ପୂଜାର୍ଚ୍ଚନା କରାଯାଇଥିଲା। ପରଦିନ, ୨୩ ଜୁନ ୨୦୨୫, ସୋମବାର ଦିନ ମନ୍ଦିର ପରିସରରେ ହୋମଯଜ୍ଞ ଓ ନଗର ପରିକ୍ରମା ପରେ ରତ୍ନମୁଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପୂଜା ବିଧି ପଣ୍ଡିତ ସୁରେଶ ଚନ୍ଦ୍ର ଦାଶ ଓ ତାଙ୍କ ସହଯୋଗୀମାନେ ପାଳନ କରିଥିଲେ। କର୍ତ୍ତା ରୂପେ ରମେଶ ଚନ୍ଦ୍ର ପଟ୍ଟଯୋଶୀ ଓ ତାଙ୍କ ଧର୍ମପତ୍ନୀ ପ୍ରକାଶିନୀ ପଟ୍ଟଯୋଶୀ ଦାୟିତ୍ୱ ତୁଲାଇଥିଲେ। ମହାରଣା ଭାବେ ରବିନ୍ଦ୍ର ପଲେଇ ରତ୍ନମୁଦ କାର୍ଯ୍ୟ ସମାପନ କରିଥିଲେ। ଏହି ଉତ୍ସବରେ ବିଘ୍ନରାଜ ପଟ୍ଟଯୋଶୀ, ସୂର୍ଯ୍ୟ ନାରାୟଣ ପଟ୍ଟଯୋଶୀ, ସୁବ୍ରତ କୁମାର ମୁଣ୍ଡ, ଗୋପିନାଥ, ସୁମିତ କୁମାର ମୁଣ୍ଡ, ହୃଷୀକେଶ ମଙ୍ଗରାଜ, ଦୟାନିଧି ଗୋପାଳ, ବିଘ୍ନରାଜ ଗୋପାଳ, ତ୍ରିଲୋଚନ ଗୋପାଳ, ଚିତେଶ୍ଵର ଖର୍ସେଲ, ମନ୍ଥନ ପଟ୍ଟଯୋଶୀ ପ୍ରମୁଖ ତେଲିପଲାସ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଶହ ଶହ ଶ୍ରଦ୍ଧାଳୁ ଧାନ, ଟଙ୍କା, ସୁନା ଓ ଶସ୍ୟ ଅର୍ପଣ କରି ରତ୍ନମୁଦରେ ସହଯୋଗ କରିଥିଲେ। ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା ଏବଂ ଶାନ୍ତିଶୃଙ୍ଖଳା ସହ ଏହି ଉତ୍ସବ ସମାପନ ହୋଇଥିଲା।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ