
ଧର୍ମଗଡ(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ଖୁଣ୍ଟିଆ ଗ୍ରାମପଞ୍ଚାୟତ ଅଧୀନସ୍ଥ ମିର୍ଜାପୁର ଛକ ବଜାର ରାସ୍ତାର ଶୋଚନୀୟ ଅବସ୍ଥା ସମ୍ପର୍କରେ ସତ୍ୟଯୁଗ ମିଡିଆରେ ମଙ୍ଗଳବାର ଖବର ପ୍ରକାଶ ପାଇବା ପରେ ଗ୍ରାମପଞ୍ଚାୟତ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୁଧବାର ସକାଳୁ ଉକ୍ତ ରାସ୍ତାରେ ମୁରୁମ୍ ଓ ପଥର ଗୁଣ୍ଡ ବିଛାଇ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଏହି ରାସ୍ତାର ଦୁର୍ଦଶା ଯୋଗୁଁ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନେ ଦୀର୍ଘ ଦିନରୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସରପଞ୍ଚ ଶ୍ରୀମତୀ ମାଧବୀ ଧରୁଆଙ୍କ ନେତୃତ୍ୱରେ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦାମୋଦର ବେମାଲଙ୍କ ତତ୍ତ୍ୱାବଧାନରେ ମରାମତି କାର୍ଯ୍ୟ ଶୁଭାରମ୍ଭ ହୋଇଛି। ସ୍ଥାନୀୟ ବାସିନ୍ଦାମାନେ ଏହି ତ୍ୱରିତ ପଦକ୍ଷେପ ପାଇଁ ଗ୍ରାମପଞ୍ଚାୟତ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ଏହି ଘଟଣା ଗଣମାଧ୍ୟମର ଦାୟିତ୍ୱଶୀଳ ଭୂମିକା ଓ ପ୍ରଶାସନର ଜବାବଦିହିତାକୁ ଦର୍ଶାଉଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ