
କଲମପୁର(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟ ତିଥି ଶୁକ୍ରବାର ଦିନ ମହାପ୍ରଭୁଙ୍କ ରଥଯାତ୍ରା କଲମପୁର ବ୍ଲକ ଅଞ୍ଚଳରେ ମହା ଆଡମ୍ବରରେ ପାଳିତ ହୋଇଛି । ଅଞ୍ଚଳର କଲମପୁର , ଚୁରାଗାଁ , ଦେପୁର , ବିଜମରା , ନୂଆଗାଁ , ମଣ୍ଡଳ , ଭାଟିଗାଁ ଭଳି ଅନେକ ଜଗନ୍ନାଥ ମନ୍ଦିର ମାନଙ୍କରେ ପବିତ୍ର ରଥଯାତ୍ରା ପାଳିତ ହୋଇଛି । ଶୁକ୍ରବାର ସକାଲୁ ଜଗନ୍ନାଥ ମନ୍ଦିରରେ ବଳଭଦ୍ର , ସୁଭଦ୍ରା , ଏବଂ ଜଗତର ନାଥ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଅପରାହ୍ନ ଚାରିଟା ବେଳକୁ ମଙ୍ଗଳ ଆଳତି ପରେ ଅଞ୍ଚଳର ଭକ୍ତମାନେ ରଥ ଟାଣିବା ପାଇଁ ମନ୍ଦିର ପରିସର ମଧ୍ୟରେ ଆନନ୍ଦ ଉଲ୍ଲାସର ସହ ଚାହିଁ ରହିଥିଲେ । ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହେବା ପରେ ଭକ୍ତ ମାନେ ରଥକୁ ଟାଣି ଥିଲେ । ତିନି ଠାକୁର ମନ୍ଦିରରୁ ବାହାରି ମାଉସୀ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ, ଅଞ୍ଚଳରେ ଘୋଷଯାତ୍ରା ଦେଖିବା ପାଇଁ ଅନେକ ଶ୍ରଦ୍ଧାଲୁ ଉପସ୍ଥିତ ରହି ରଥଯାତ୍ରା ଟିକୁ ଉପଭୋଗ କରିଥିଲେ । ସଂକୀର୍ତ୍ତନ ,ଘଣ୍ଟ , ଶଙ୍ଖ , ହୁଳହୁଳି ଏବଂ ଜୟ ଜଗନ୍ନାଥ ନାଦରେ ଭକ୍ତ ମାନେ ବିଭୋର ହୋଇପଡିଥିଲେ । ତିନି ଠାକୁର ମାଉସୀ ମାଁ ମନ୍ଦିରକୁ ବିଜେ କରିଛନ୍ତି । ଅଞ୍ଚଳର ରଥଯାତ୍ରା ସ୍ଥାନ ମାନଙ୍କରେ ପୋଲିସ ସୁରକ୍ଷା ଥିବାରୁ ରଥଯାତ୍ରାଟି ସୁରୁଖୁରୁରେ ପାଳନ ହୋଇଛି ,
ଗଣେଶରାମ ବାଗ, କଲମପୁର