
ଧର୍ମଗଡ଼( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ଼ ଭୀମଖୋଜ ପଡ଼ା ସ୍ଥିତ ପାତେଲେଶ୍ୱର ମନ୍ଦିର ପରିସରରେ ନାଟ୍ୟ କଳା ମହାସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପ-ସଭାପତି ପି. କେ. ଦୁର୍ଗାଓଁ, ସଭାପତି ରଞ୍ଜନ ପଣ୍ଡା, ସମ୍ପାଦକ ଡମ୍ବରୁ ବାଗ, ସହ-ସମ୍ପାଦକ ମନୋଜ ଦାସ ଏବଂ କୋଷାଧ୍ୟକ୍ଷ ମଧୁସୂଦନ ସାହୁ ଉପସ୍ଥିତ ଥିଲେ।ଏହି ଅବସରରେ ପ୍ରତ୍ୟେକ ବ୍ଲକରୁ ପ୍ରାୟ ଦୁଇଶହ କଳାକାର ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଉପସ୍ଥିତ କଳାକାରଙ୍କ ମଧ୍ୟରେ ଦେବେନ୍ଦ୍ର ଧରୁଆ, ମନୋଜ ପଟେଲ, ଚନ୍ଦ୍ରମଣି ଶାହା, ଅଶୋକ କର, ପ୍ରେମ କିଶୋର ଭାଇସଲ, ଦୁର୍ଗେ ରାଉତ, ସୁନୀଲ ଧଙ୍ଗଡ଼ାମାଝୀ, ଦୟା ବିହାରୀ, ଶ୍ରୀତମ ଦାସ, ବିବେକ ନାୟକ, ଶିଶିର ମାଝୀ, ବିଦ୍ୟା ପଟେଲ, ଚିତ୍ତ ଦାସ ଏବଂ ଚତୁର୍ଭୁଜ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି ବୈଠକକୁ ସାର୍ଥକ କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ