
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବଗାଡ଼ଠାରେ ବନ ମହୋତ୍ସବ ସପ୍ତାହ ୨୦୨୫ ପାଳନ ଅବସରରେ ବଗାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଗାଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ବିନୋଦିନୀ ଗୌଡ଼ ଯୋଗଦେଇ ବୃକ୍ଷରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ (ଏବିଇଓ) ଶ୍ରୀ ବିଶ୍ୱଜିତ ବେହେରା ଏବଂ ପୂର୍ବତନ ଶିକ୍ଷକ ଶ୍ରୀ ବଟକୃଷ୍ଣ ବେହେରା ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରତିଶ୍ୱର ମୁଣ୍ଡଙ୍କ ନେତୃତ୍ୱରେ ସହକାରୀ ଶିକ୍ଷକ ଶ୍ରୀ ଜିତେନ୍ଦ୍ର ପ୍ରଧାନୀ, ଶ୍ରୀ ସୋମ୍ୟରଞ୍ଜନ ସାହୁ, ଶ୍ରୀମତୀ ଦୀପ୍ତିମୟୀ ପଣ୍ଡା, ଶ୍ରୀମତୀ ବୀଣାପାଣି ପ୍ରଧାନୀ, ଶ୍ରୀମତୀ ସକୁନ୍ତଳା ଦାସ ଏବଂ ଶ୍ରୀମତୀ ରତ୍ନମଞ୍ଜରୀ ପଣ୍ଡା ଉପସ୍ଥିତ ଥିଲେ। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ବଳଭଦ୍ର ମାଝୀ ଏବଂ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସୁରକ୍ଷା ଓ ସବୁଜ ସୁନ୍ଦର ପରିବେଶ ଗଠନ ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବଗାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରକୁ ଆହୁରି ସବୁଜ ଓ ସୁନ୍ଦର କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ