
ଧର୍ମଗଡ଼( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଧାମନପୁର ପଞ୍ଚାୟତର କମଳାବାରି ଜଙ୍ଗଲରେ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହର୍ଷ ଟ୍ରଷ୍ଟ ଏବଂ କଳାହାଣ୍ଡି ଉତ୍ତର ବନଖଣ୍ଡ କେଗାଁ ବନାଞ୍ଚଳର ଦଶପୁର ସେକ୍ସନର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪୦୦ଟି ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଛି ଏବଂ ୧୨୫୦ଟି ବୀଜ ବଲ୍ ପ୍ରୟୋଗ କରାଯାଇଛି। ଦଶପୁର ବନପାଳ ପ୍ରଦୀପ ବିଶି ଏହି ଉଦ୍ୟମକୁ ଉଚ୍ଚ ପ୍ରଶଂସା କରି କହିଛନ୍ତି ଯେ, এପରି କାର୍ଯ୍ୟକ୍ରମ ସୁସ୍ଥ ଓ ସବୁଜ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ। କାର୍ଯ୍ୟକ୍ରମରେ ଫରେଷ୍ଟ ଗାର୍ଡ ବିଭୁତି ଭୂଷଣ ବାଗ, ୱାର୍ଡ ମେମ୍ବର ଟିକଚନ ମାଝୀ, ହର୍ଷ ଟ୍ରଷ୍ଟର ଟିମ୍ ଲିଡ଼ର ଘନଶ୍ୟାମ ବାରିକ, ହରିଶଙ୍କର ଟୋଲଟିଆ, ସ୍ମିତାରାଣୀ କାଵତ, ଶଙ୍କର ସୁନା, ଏମବିକେ ରାନୁ ଛତ୍ରିଆ, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ। (ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ)